ରାଜ୍ୟ ସରକାରଙ୍କ ଆଦିବାସୀ ଏବଂ ମହିଳା ବିରୋଧୀ ନୀତି ପ୍ରସଙ୍ଗ‌ରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି

ରାଜ୍ୟ ସରକାରଙ୍କ ଆଦିବାସୀ ଏବଂ ମହିଳା ବିରୋଧୀ ନୀତି ପ୍ରସଙ୍ଗ‌ରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି

ଭୁବନେଶ୍ୱର : ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିରୋଧରେ ଅତ୍ୟାଚାର ବୃଦ୍ଧି ପାଇବା ସହିତ ସେମାନେ ହିଂସା ଓ ଦ୍ବେଷର ଶିକାର ହେଉଛନ୍ତି। ଆଦିବାସୀଙ୍କ ସ୍ବାର୍ଥ ପାଇଁ ମୁହଁ ଖୋଲିଲେ ସରକାରୀ ବାବୁ ଓ କର୍ମଚାରୀଙ୍କ ଜରିଆରେ ରାଜ୍ୟ ସରକାର ଆଦିବାସୀବର୍ଗଙ୍କୁ ପ୍ରତିନିଧିତ୍ବ କରୁଥିବା ଜନପ୍ରତିନିଧିମାନଙ୍କୁ ବେଇଜ୍ଜତ କରୁଛନ୍ତି। ଆଦିବାସୀବର୍ଗଙ୍କୁ ପ୍ରତିନିଧିତ୍ବ କରୁଥିବା କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ବେଇଜ୍ଜତ ଏବଂ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ଶାସକ ବିଜେଡିର ଅସହିଷ୍ଣୁତା ଏବଂ ରାଜନୈତିକ ହିଂସାପରାୟଣ ମନୋଭାବକୁ ସ୍ପଷ୍ଟ ପ୍ରମାଣିତ କରୁଛି। ସେହିପରି ରାଜ୍ୟରେ ମହିଳା ନିର୍ଯାତନା ଓ ହିଂସାକାଣ୍ଡ ଦିନକୁ ଦିନ ବୃଦ୍ଧି ପାଇଚାଲିଛି। ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତିର ଅଭିଯୋଗ ହେଉଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ଗିରଫ କରାଯାଉ। ଏହି ଦୁଇଟି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ତୁରନ୍ତ ହସ୍ତକ୍ଷେପ କରି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ବିଜେପି ତରଫରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଜେପି ଆଦିବାସୀ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବୁଧନ ମୁର୍ମୁ, ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ରାଜ୍ୟ ସାଧାରଣ ସମ୍ପାଦକ ରବି ନାଏକ, ଲେଖାଶ୍ରୀ ସାମନ୍ତସିଂହାର, ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe