ବିଜେପି ବିଧାୟକ ଦଳର ବୈଠକ: ଘୋଷଣା ହୋଇପାରେ ମୁଖ୍ୟମନ୍ତ୍ରୀଙ୍କ ନାମ

ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଓଡ଼ିଆ ଅସ୍ମିତାର ଝଲକ

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି(ବିଜେପି) ରାଜ୍ୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳର ବୈଠକ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଚୟନ ହୋଇପାରେ। ବିଜୟୀ ବିଧାୟକଙ୍କ ସହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ ବୈଠକରେ ଉପସ୍ଥିତ ଅଛନ୍ତି। ଆଲୋଚନା ସରିବା ପରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଉପରେ ମୋହର ମାରିବେ।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଚାଲିଛି କସରତ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବ, ସାସଂଦ ସଙ୍ଗୀତା ସିଂଦେଓ, ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ରୁଦ୍ର ପାଣି, ପ୍ରଦୀପ ପାଣିଗ୍ରାହୀ, ବିଧାୟକ ସୁରେଶ ପୂଜାରୀ, କେଭି ସିଂଦେଓ, ଜୟନାରାୟଣ ମିଶ୍ର, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଅଛନ୍ତି। ତେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ସମୟକୁ ଅପେକ୍ଷା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe