ଉଜ୍ଜ୍ବଳା ଦୁର୍ନୀତିରେ ୧୫ ଦିନରେ କାର୍ଯ୍ୟାନୁଷ୍ଠାନ: ଧର୍ମେନ୍ଦ୍ର

Advertisment

ଭୋଗରାଇ ଓ ଓଳାଭରରେ ବିଜେପିର ଜନପରାମର୍ଶ ପଦଯାତ୍ରା, ଆଗାମୀ ନିର୍ବାଚନରେ ଓଡ଼ିଆ ଲୋକ ଜବାବ ମାଗନ୍ତୁ

ଭୋଗରାଇ ଓ ଓଳାଭରରେ ବିଜେପିର ଜନପରାମର୍ଶ ପଦଯାତ୍ରା, ଆଗାମୀ ନିର୍ବାଚନରେ ଓଡ଼ିଆ ଲୋକ ଜବାବ ମାଗନ୍ତୁ

ଉଜ୍ଜ୍ବଳା ଦୁର୍ନୀତିରେ ୧୫ ଦିନରେ କାର୍ଯ୍ୟାନୁଷ୍ଠାନ: ଧର୍ମେନ୍ଦ୍ର

ଭୁବନେଶ୍ବର/ ରାଜକନିକା/ବାଲିଆପାଳ : କେନ୍ଦ୍ର ସରକାରଙ୍କ ‘ଉଜ୍ଜଳା’ ଯୋଜନାରେ ଗରିବ ମହିଳାଙ୍କ ଗ୍ୟାସ୍‌ ଲୁଟ୍‌ ହେଉଛିି। ଏହି ଯୋଜନାରେ ଏଥର ଦୁର୍ନୀତି ସାମ୍ନାକୁ ଆସିଲେ ୧୫ ଦିନ ଭିତ‌େର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧ‌େର୍ମନ୍ଦ୍ର ପ୍ରଧାନ। ଉଜ୍ଜ୍ବଳା ଯୋଜନାରେ ଓଡିଶାରେ ଯେଉଁମାନେ ଏଲପିଜି ପାଇ ନାହାନ୍ତି, ସେମାନଙ୍କୁ ଦରଖାସ୍ତ ଦେବାର ୧୫ ଦିନ ମଧ୍ୟରେ ନିଶୁଳ୍କରେ ଏଲପିଜି ସ˚ଯୋଗ ଦିଆଯିବ। ଯେଉଁ ଡିଲର୍ ଆବେଦନ ହେଉଥିବା ଦରଖାସ୍ତ ଉପରେ ବିଳମ୍ବ କରିବେ, ସେମାନଙ୍କ ଡିଲର୍‌ସିପ୍‌କୁ ରଦ୍ଦ କରିଦିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ବାଲେଶ୍ବର ଜିଲ୍ଲା ଭୋଗରାଇ ଓ କେନ୍ଦ୍ରାପଡ଼ା ଜିଲ୍ଲା ଓଳାଭରରେ ବିଜେପିର ଜନପରାମର୍ଶ ପଦଯାତ୍ରାରେ ଶ୍ରୀ ପ୍ରଧାନ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ସେ କହିଲେ, ୧୯ ବର୍ଷ ଧରି ଶାସନରେ ଥିବା ଲୋକମାନେ ଜନସେବା ବଦଳରେ ଓଡ଼ିଶାକୁ ନିଜର ଜାଗିର ଓ ବ୍ୟକ୍ତିଗତ ସମ୍ପତ୍ତି ଭାବୁଛନ୍ତି। ଯେ ପର୍ଯ୍ୟନ୍ତ ଓଡ଼ିଆ ଲୋକମାନେ ହକ୍ ପାଇଁ ଏକ୍ ହେବେ ନାହିଁ, ସେତେ ଦିନ ଯାଏ କ୍ଷମତାରେ ଥିବା ଲୋକଙ୍କ ଆଭିମୁଖ୍ୟ ବଦଳିବ ନାହିଁ। ତେଣୁ ଆଗାମୀ ନିର୍ବାଚନରେ ଓଡ଼ିଆ ଲୋକମାନେ ଜବାବ ମାଗନ୍ତୁ। ୧୯ ବର୍ଷ ଶାସନ‌େର ସ୍ଥାଣୁତା, ଭ୍ରଷ୍ଟାଚାର, ଶିକ୍ଷାର ଅବ୍ୟବସ୍ଥା ଓ ସମ୍ବେଦନହୀନତାର ମୁକ୍ତି ଦେଇ ରାଜ୍ୟକୁ ସ୍ବାବଲମ୍ବୀ, ସ୍ବାଭିମାନୀ ଓ ସମୃଦ୍ଧଶାଳୀ କରି ନୂଆ ଓଡ଼ିଶାର ସ୍ବପ୍ନ ସାକାର କରିବାକୁ ପଡ଼ିବ। ପିଠା ଯୋଜନାକୁ ସମାଲୋଚନା କରି ଶ୍ରୀ ପ୍ରଧାନ କହିଲେ, ଏହା ବୃଦ୍ଧ ବ୍ୟାଘ୍ରର ସ୍ବର୍ଣ୍ଣ ଉପାଖ୍ୟାନ ବୋଲି କହିଛନ୍ତି। ବିନା ଲାଞ୍ଚରେ କିଛି ହୋଇପାରୁନି। ଯୁବକ ବେକାର, ମହିଳା ଅସୁରକ୍ଷିତ ଓ ଚାଷୀ ସବୁଠାରୁ ବଡ଼ ସମସ୍ୟା ମଧ୍ୟରେ ରହିଛି।

ଅନ୍ୟପଟେ ଓଳାଭରରେ ପଦଯାତ୍ରାରେ ଆସୁଥିବା ବେଳେ ପାତୁଳି ଗାଁର ମହିଳାମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଅଟକାଇ ଘେରି ଯାଇଥିଲେ। ‘ଉଜ୍ଜଳା’ ଯୋଜନାରେ ସେମାନଙ୍କୁ ଏଲପିଜି ସ˚ଯୋଗ ମିଳୁ ନ ଥିବା ଅଭିଯୋଗ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କୁ ସୁରକ୍ଷା ଦେଇ କର୍ମୀମାନେ ଆଗକୁ ନେଇ ଯାଇଥିଲେ।

ସେହିପରି ସଭାମଞ୍ଚକୁ ଓଳାଭର ଅଞ୍ଚଳର ଭିନ୍ନକ୍ଷମ ରାଜେନ୍ଦ୍ର ନନ୍ଦୀ ଉଠିଯାଇ କେନ୍ଦ୍ରମନ୍ତ୍ରୀଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଥିଲେ। ତାଙ୍କୁ ସରକାରୀ କୋଠା, ଭତ୍ତା ଆଦି ଯୋଗାଇ ଦେବାକୁ ଗୁହାରି କରିଥିଲେ। କେନ୍ଦ୍ର ମନ୍ତ୍ରୀ ମଧ୍ୟ ଭାଷଣ ପ୍ରସଙ୍ଗରେ ରାଜେନ୍ଦ୍ରଙ୍କ କଥା ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ବିଜେପି କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ଅଧ୍ୟକ୍ଷତା‌େର ଏହି ସଭା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe