ସ୍ମିତାରାଣୀ ମୃତ୍ୟୁ ମାମଲାରେ ବିଜେପିର ଗୃହ ତ୍ୟାଗ ସହ ପ୍ରତିବାଦ

ସ୍ମିତାରାଣୀ ମୃତ୍ୟୁ ମାମଲାରେ ବିଜେପିର ଗୃହ ତ୍ୟାଗ ସହ ପ୍ରତିବାଦ

ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳରେ ବିଜେପି ବିଧାୟକଙ୍କ ପ୍ରତିବାଦ । ସ୍ମିତାରାଣୀ ମୃତ୍ୟୁ ମାମଲାରେ କାନ୍ଧରେ କଳା ଗାମୁଛା ପକାଇ ପ୍ରତିବାଦ କରିବା ସହ ଗୃହ ତ୍ୟାଗ କରିଛନ୍ତି ବିଜେପି ସଦସ୍ୟ । ଘଟଣାର ସିବିଆଇ ତଦନ୍ତ ଦାବି କରିଆସୁଥିବା ବିଜେପି ଆଜି ପ୍ରଶ୍ନକାଳରେ ପୁଣି ସ୍ମିତାରାଣୀ ପ୍ରସଙ୍ଗ ଉଠାଇଛି ।ଗୃହରେ ବାଚସ୍ପତି ବାରମ୍ବାର ବିଜେପି ସଦସ୍ୟଙ୍କୁ ବସିବା ପାଇଁ ଅନୁରୋଧ କରିଥିବା ବେଳେ ଶେଷରେ ଗୃହରୁ ବାହାରି ଆସି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ ବିଜେପି ବିଧାୟକ । ସେପଟେ ମୁଲତବି ପ୍ରସ୍ତାବ ଆଣିଛି କଂଗ୍ରେସ ।

publive-image

ପ୍ରସଙ୍ଗ ରହିଛି ବିକାଶ ପଥରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ । ଏନେଇ ଗୃହରେ ଆଜି ଉତ୍ତର ରଖିବେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା । ଉଲ୍ଲେଖ ଥାଉ କି, ଗତକାଲି ମଧ୍ୟ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ସରଗରମ ହୋଇଉଠିଥିଲା ବିଧାନସଭା । ଘଟଣାର ସିବିଆଇ ତଦନ୍ତ ଦାବିରେ ବିଜେପି ବିଧାୟକମାନେ ମୁହଁରେ କଳାପାଟି ବାନ୍ଧି ଗତକାଲି ବିଧାନସଭାରେ ପ୍ରତିବାଦ କରିଥିଲେ ।

ବିଧାନସଭା ଆରମ୍ଭ ହେବା ପୂର୍ବରୁ ଏହି ପ୍ରସଙ୍ଗରେ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ ବିଜେପି ବିଧାୟକ । ସ୍ମିତାରାଣୀ ମାମଲାରେ ମାଳ ମାଳ ପ୍ରଶ୍ନ ଉଠାଇଥିଲା ବିଜେପି । ସିବିଆଇ ତଦନ୍ତ ନହେବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ଦଳ ପକ୍ଷରୁ ଚେତାବନୀ ଦେଇଥିଲା ବିଜେପି । କଳାପଟି ବାନ୍ଧି ବିଧାନସଭାରେ ପହଁଚିବା ସହ ପ୍ରଶ୍ନକାଳରେ କୌଣସି ବି ପ୍ରଶ୍ନ-ଉତ୍ତରରେ ସାମିଲ ମଧ୍ୟ ହୋଇନଥିଲେ ବିଜେପି ବିଧାୟକମାନେ । ତେବେ ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ ଶେଷରେ ନିଜ ଆସନରେ ବସି କଳାପଟି ଖୋଲିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe