BJP MLA's son had marijuana in his car: Sanand Marandi's complaint Photograph: (sambad.in)
ଭୁବନେଶ୍ବର: ତିନି ଦିନ ତଳେ ଭୁବନେଶ୍ୱର ନାଲକୋ ଛକରେ ବାରିପଦା ବିଧାୟକଙ୍କ ଗାଡ଼ି ଦୁର୍ଘଟଣା ହୋଇଥିଲା। ସେଥିରୁ ମଦ ଓ ଗଞ୍ଜେଇ ବାହାରିଥିଲା। ହେଲେ ଏ ଯାଏଁ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇନି। ଏହି ଗାଡ଼ିରେ ବିଧାୟକଙ୍କ ପୁଅ ଓ ତାଙ୍କ ପାଞ୍ଚ ଜଣ ସହଯୋଗୀ ଥିଲେ।
ମଦ ଗଞ୍ଜେଇ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ତାଙ୍କୁ ଏନଡିପିଏସ ଆକ୍ଟରେ ବାନ୍ଧିବା ଦରକାର ବୋଲି ବିଜେଡି ନେତା ସାନନ୍ଦ ମାରାଣ୍ଡି ଦାବି କରିଛନ୍ତି।
ବିଧାୟକ ପ୍ରକାଶ ସୋରେନ ଏହାକୁ ମନା କରୁଛନ୍ତି। ସିସିଟିଭି ଭିଜୁଆଲ ବି ସାର୍ବଜନୀନ ହେଉନି। ହେଲେ ସମସ୍ତଙ୍କୁ କ୍ଲିନ୍ ଚିଟ୍ ମିଳିଛି। ଏନେଇ କୌଣସି କେସ୍ ଵି ହୋଇନି। କି ତଦନ୍ତ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସମସ୍ତଙ୍କୁ ଗିରଫ କରାଯାଉ। ଏହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରରେ ହେଉଛି।
ଏହି ସରକାରରେ କିଏ ବାଲି ଚୋରି କଲାଣି ତ କିଏ ଅପରାଧିଙ୍କୁ ଛତ୍ରଛାୟା ଦେଉଛି। ବାରିପଦାରେ ଚୋରା ନିଶା କାରବାର ହେଉଛି। ବିଧାୟକଙ୍କ ଗାଡିରେ ବାରିପଦାକୁ ନିଶା ସାମଗ୍ରୀ ଚୋରା କାରବାର ହେଉଛି। ବିଧାୟକଙ୍କୁ ପଚରାଉଚରା କରାଯାଉ। ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହେଲେ, ଆଗାମୀ ଦିନରେ ବିଜେଡି ଆନ୍ଦୋଳନ କରିବ ବୋଲି ସାନନ୍ଦ କହିଛନ୍ତି।
Sananda Marandi | BJD | BJP
Follow Us