ରାୟପୁର ଦୁର୍ଘଟଣାରେ ମୃତ ଓଡ଼ିଆ ଶ୍ରମିକଙ୍କ ପାଇଁ ବିଜେପିର ଶୋକ : ଟ୍ବିଟ୍‌ କରି ଗଭୀର ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର

Advertisment
ରାୟପୁର ଦୁର୍ଘଟଣାରେ ମୃତ ଓଡ଼ିଆ ଶ୍ରମିକଙ୍କ ପାଇଁ ବିଜେପିର ଶୋକ : ଟ୍ବିଟ୍‌ କରି ଗଭୀର ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ଗଞ୍ଚାମରୁ ସୁରତ ଅଭିମୁଖେ ଯାଉଥିବା ବସ୍‌ ଛତିଶଗଡ଼ ରାୟପୁରଠାରେ ଦୁର୍ଘଟଣା ହେବା ଘଟଣାରେ ଓଡ଼ିଆ ଲୋକଙ୍କ ମୃତାହତ ନେଇ ଗଭୀର ଶୋକ ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟ୍ବିଟ୍‌ ଜରିଆରେ ଶ୍ରୀ ପ୍ରଧାନ ଦୁର୍ଘଟଣାରେ ପ୍ରାଣହାନୀ ଘଟିଥିବା ଶ୍ରମିକମାନଙ୍କ ଅମରଆତ୍ମାର ସଦଗତି କାମନା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଏହି ଘଟଣାରେ ପ୍ରାଣ ହରାଇଥିବା ୭ ଜଣ ଶ୍ରମିକମାନଙ୍କ ପାଇଁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏହାସହ ଆହତ ଶ୍ରମିକମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆହତମାନଙ୍କୁ ରାଜ୍ୟ ସରକାର ମାଗଣା ଚିକିତ୍ସାର ସୁବନ୍ଦୋବସ୍ତ ଓ ମୃତକମାନଙ୍କ ପରିବାରକୁ ତୁରନ୍ତ ସହାୟତା ରାଶି ଯୋଗାଇବା ପାଇଁ ଶ୍ରୀ ମହାନ୍ତି ଓ ଶ୍ରୀ ନାଏକ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe