କିଏ ହେବେ ବିଜେପିର ପରବର୍ତ୍ତୀ ରାଜ୍ୟ ସଭାପତି, ଦୁଇ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ଚାଲିଛି କସରତ

Advertisment
କିଏ ହେବେ ବିଜେପିର ପରବର୍ତ୍ତୀ ରାଜ୍ୟ ସଭାପତି, ଦୁଇ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ଚାଲିଛି କସରତ

Image Source-News Nation

ଭୁବନେଶ୍ୱର: ବିଜେପି(ଭାରତୀୟ ଜନତା ପାର୍ଟି)ର ରାଜ୍ୟ ସଭାପତି ନିର୍ବାଚନ ପାଇଁ ଆଜି ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ବରିଷ୍ଠ ନେତା ବିନୟ ସହସ୍ର ବୁଦ୍ଧେ ଓ ରାଷ୍ଟ୍ରୀୟ ସଂପାଦକ ଆର.ପି ସିଂହ । ଏ ଦୁଇ ନେତା ଏବେ ରାଜ୍ୟର ପ୍ରମୁଖ ବିଜେପି ନେତାଙ୍କ ସହ ଆଲୋଚନା ଜାରି ରଖିଥିବା ଜଣାଯାଇଛି । ଏହାପରେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ବରିଷ୍ଠ ନେତା ରାଜୀବ ପ୍ରତାପ ରୁଢ଼ିଙ୍କ ଉପସ୍ଥିତିରେ ରାଜ୍ୟ ବିଜେପି ସଭାପତି ନିର୍ବାଚନ ହେବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ବର୍ତ୍ତମାନର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କର କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଛି । ତେଣୁ ଆସନ୍ତା ଜାନୁଆରି ମାସରେ ବିଜେପିର ନୂଆ ସଭାପତି ଦାୟିତ୍ୱ ଗ୍ରହଣ କରିବେ ।

Image result for arun singh bjp rajya sabha Image Source-Dainik Bhaskar

ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର ମାସ ସୁଦ୍ଧା ବିଜେପି ରାଜ୍ୟ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ଏବଂ ନୂଆ ରାଜ୍ୟ ସଭାପତି ନର୍ବାଚିତ ହେବେ ବୋଲି ପୂର୍ବରୁ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ସୂଚନା ଦେଇଥିଲେ । ଶ୍ରୀ ସିଂହଙ୍କ କହିବା ଅନୁଯାୟୀ ବିଜେପି ରାଜ୍ୟ ସଭାପତି ପଦ ପାଇଁ ଏକ ମତଦାତା ସୂଚୀ ତିଆରି କରାଯାଇଥାଏ। ଏଥିରେ ସମସ୍ତ ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଓ ରାଜ୍ୟ ପରିଷଦର ସଦସ୍ୟମାନେ ରହିଥା’ନ୍ତି। ଏହି ମତଦାତା ସୂଚୀର ସଦସ୍ୟମାନେ ରାଜ୍ୟ ସଭାପତି ବାଛିଥା’ନ୍ତି।

ପରବର୍ତ୍ତୀ ସଭାପତି କିଏ ହେବ ବୋଲି ପ୍ରଶ୍ନରେ ସେ କହିଥିଲେ, ତାହା ଏବେ ଠାରୁ କହିହେବ ନାହିଁ। ମତଦାତା ସୂଚୀରେ ଥିବା ମତଦାତାମାନେ ହିଁ ଏହା ସ୍ଥିର କରିବେ ବୋଲି ଅରୁଣ ସିଂହ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe