କଳାପୋଷାକ ପିନ୍ଧି ବିଜେପିର ବିରୋଧ ପ୍ରଦର୍ଶନ

Advertisment
କଳାପୋଷାକ ପିନ୍ଧି ବିଜେପିର ବିରୋଧ ପ୍ରଦର୍ଶନ

ଦେବଗଡ଼ : ଦେବଗଡରେ ୫-ଟି ସଚିବ ଭି. କେ ପାଣ୍ଡିଆନଙ୍କ ୨ ଦିନିଆ କାର୍ଯ୍ୟକ୍ରମ ରହିଥିଲା। ସୋମବାର ଦ୍ବିତୀୟ ଦିନ ଗସ୍ତ ସମୟରେ ବିଜେପି ପକ୍ଷରୁ ବିରୋଧ କରାଯାଇଛି। ବାରକୋଟ ବ୍ଲକ୍‌ ବଳମ ଖେଳପଡିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୫-ଟି ସଚିବ ଯୋଗ ଦେବା ପୂର୍ବରୁ ବିଜେପି କର୍ମୀମାନେ କଣ୍ଢଳ ଗ୍ରାମଠାରେ କଳା ପତାକା ଓ କଳା ପୋଷାକ ପିନ୍ଧି ବିରୋଧ ପ୍ରଦର୍ଶନ କରିଥିଲେ। ତେବେ ପୁଲିସ ପହଞ୍ଚି ବିଜେପି କର୍ମୀମାନଙ୍କୁ ଉଠାଇ ନେଇଥିଲା।

ଏଥିରେ ବିଧାୟକ ସୁବାସ ପାଣିଗ୍ରାହୀ, ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ, ଜିଲ୍ଲା ବିଜେପି ଉପସଭାପତି ହରମୋହନ ପାଣି, ବିରଞ୍ଚି ବେହେରା, ପୌରପରିଷଦ ଉପନଗରପାଳ ପ୍ରଜିତ ଭୋଜ, କଲା ମଣ୍ଡଳ ସଭାପତି ମିତ୍ରଭାନୁ ସାହୁ, କଣ୍ଢଳ ମଣ୍ଡଳ ସଭାପତି ଦୈତାରୀ ସାହୁ, ବାରକୋଟ ମଣ୍ଡଳ ସଭାପତି ନରହରି ପ୍ରଧାନ, ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧୀର ବ୍ରହ୍ମାଙ୍କ ସମେତ ବହୁ ବିଜେପି କର୍ମୀ ସାମିଲ ଥିଲେ। ଗତକାଲି ମଧ୍ୟ ୫-ଟି ସଚିବଙ୍କ କାର୍ଯ୍ୟକ୍ରମକୁ ବିଜେପି ପକ୍ଷରୁ ବିରୋଧ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe