ନବୀନ ନିବାସ ଘେରାଉ: ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି

ନବୀନ ନିବାସ ଘେରାଉ: ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି

ଭୁବନେଶ୍ୱର : କୁନ୍ଦୁଲି ପୀଡ଼ିତାଙ୍କ ମୃତ୍ୟୁ ପ୍ରତିବାଦରେ ବିଜେପି ଆଜି ରାସ୍ତାକୁ ଓହ୍ଲାଇଛି। ସନ୍ଧ୍ୟାରେ ବିଜେପି ପକ୍ଷରୁ ନବୀନ ନିବାସ ଘେରାଉ କରାଯାଇଥିଲା। କୁନ୍ଦୁଲି ପୀଡ଼ିତାଙ୍କୁ ଉଚିତ ନ୍ୟାୟ ଦାବି କରି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ କାର୍ଯ୍ୟାଳୟ ବାହାରି ନବୀନ ନିବାସ ଅଭିମୁଖେ ଯାଇଥିଲେ। ସେମାନଙ୍କୁ ପୁରୁଣା ବିମାନବନ୍ଦର ଛକରେ ପୁଲିସ୍‌ ଅଟକାଇଥିଲା। କିଛି ସମୟ ପାଇଁ ପୁଲିସ୍‌-ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲା। ପରେ ପୁଲିସ୍‌ ସେମାନଙ୍କୁ ଗିରଫ କରିନେଇଥିଲା।

ଦଳର ନେତାମାନେ ଅଭିଯୋଗ କରିଥିଲେ, ମୁଖ୍ୟମନ୍ତ୍ରୀ ଓ ସରକାରଙ୍କ ଅପାରଗତା ଓ ସ୍ଥାଣୁତା ଯୋଗୁଁ କୁନ୍ଦୁଲି ପୀଡ଼ିତା ଜୀବନ ହାରିଲେ। ଶାସକ ବିଜେଡି ପୁଲିସ ଓ ପ୍ରଶାସନ ଦ୍ୱାରା ପୀଡ଼ିତାଙ୍କୁ ଧମକାଇବା ସହ ଘଟଣାକୁ ଚାପି ଦେବା ପାଇଁ ଚେଷ୍ଟା କରିଥିଲେ। ମୁଖ୍ୟମନ୍ତ୍ରୀ ଏପରି ଏକ ସମ୍ବେଦନଶୀଳ ଘଟଣାରେ ଚୁପ୍‌ ରହି ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ପୁରସ୍କାର ଉତ୍ସବ ମନାଇଥିଲେ। ବିଜେଡି ସରକାରର ଏହି ପ୍ରାୟୋଜିତ ହତ୍ୟା ବିରୋଧରେ ବିଜେପି ଆନ୍ଦୋଳନ ଜାରି ରଖିବ ବୋଲି ସେମାନେ ଚେତାବନୀ ଦେଇଥିଲେ। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ମୁଖପାତ୍ର ଗୋଲକ ମହାପାତ୍ର, ଦିଲ୍ଲୀପ ମହାନ୍ତି, ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଉପସଭାପତି ଠାକୁର ରଞ୍ଜିତ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଅମୀୟ ଦାସ, ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ପ୍ରମୁଖ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe