ଭୁବନେଶ୍ବର: ନୟାଗଡ଼ ପରୀ ହତ୍ୟା ଘଟଣାରେ ତୀବ୍ର ହୋଇଛି ଭାରତୀୟ ଜନତା ପାର୍ଟି(ବିଜେପିର) ଆନ୍ଦେଳନ। ରାଜଭବନ ସମ୍ମୁଖରେ ବିଜେପି ନେତା ଓ କର୍ମୀମାନେ ଉପସ୍ଥିତ ରହି ଧାରଣା ଦେଇଥିବା ଦେଖିବାକୁ ମିିଳିଛି। ଏହି ଧାରଣରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ନେତା ସାମିଲ୍ ହୋଇଥିବା ସୂଚନା ରହିଛି। ପରୀ ଘଟଣାର ସିବିଆଇ ତଦନ୍ତ ଦାବି ଓ ଅପରାଧୀକୁ ଛତ୍ରଛାୟା ତଳେ ରଖିଥିବା ଅଭିଯୋଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଏହି ଧାରଣା ହୋଇଥିବା ଜାଣିବାକୁ ମିଳିଛି। ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେତେବେଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରାଯାଇଛି।
ପରୀ ହତ୍ୟା ଘଟଣାରେ ରାଜଭବନ ସମ୍ମୁଖରେ ବିଜେପିର ଧାରଣା, ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି
Advertisment
Follow Us