ଦ୍ରୌପଦୀ ମୁର୍ମୁଙ୍କୁ ଅପମାନଜନକ ମନ୍ତବ୍ୟ ପ୍ରତିବାଦରେ ବିଜେପିର ବିକ୍ଷୋଭ

Advertisment
ଦ୍ରୌପଦୀ ମୁର୍ମୁଙ୍କୁ ଅପମାନଜନକ ମନ୍ତବ୍ୟ ପ୍ରତିବାଦରେ ବିଜେପିର ବିକ୍ଷୋଭ

ବାରିପଦା: ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତା ଅଜୟ କୁମାର ଦେଇଥିବା ଅପମାନଜନକ ମନ୍ତବ୍ୟକୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। ପ୍ରତିବାଦରେ ଆଜି ବିଜେପି ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅଜୟ କୁମାରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଅପମାନଜନକ ମନ୍ତବ୍ୟ ପାଇଁ କଂଗ୍ରେସ ନେତା ଭୁଲ୍ ମାଗନ୍ତୁ। ନ’ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବରିଷ୍ଠ ବିଜେପି ନେତା କବିବିଷ୍ଣୁ ଶତପଥୀ ଚେତାବନୀ ଦେଇଥିଲେ।

ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, କୃଷ୍ଣଚନ୍ଦ୍ର ମହାପାତ୍ର, ଶୋଭାବତୀ ହୋତା ଓ ସୁମନ ସିଂହ ପ୍ରମୁଖ ବରିଷ୍ଠ ନେତାମାନେ ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହୋଇ କଂଗ୍ରେସର ମହିଳା ଓ ଆଦିବାସୀ ବିରୋଧୀ ଆଭିମୁଖ୍ୟକୁ ସମାଲୋଚନା କରିଥିଲେ। ବିଜୟ କୁମାର ଦାସ, ପ୍ରବୀଣ କୁମାର ପାତ୍ର, ଲକ୍ଷ୍ମୀଧର ହାବଡ଼ା, ରାଜ ଗୁପ୍ତା, ଭାଗ୍ୟଲକ୍ଷ୍ମୀ ନାଏକ, କୁମାର ମଙ୍ଗଲମ, ନିରଂଜନ ଦାଶ, ସସ୍ମିତା ପୃଷ୍ଟି, ପାୟଲ ରାୟ, ହେମଲତା ଦାସ, ସୃଷ୍ଟି ହୋତା, ପୁରୁଷୋତ୍ତମ ସେଠୀଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଆଇନଶୃଙ୍ଖଳା ଦୃଷ୍ଟିରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବ୍ୟାପକ ପୁଲିସ ମୁତୟନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe