ନ୍ୟାସନାଲ୍ ହେରାଲ୍‌ଡ ଦୁର୍ନୀତି ବିରୋଧରେ ବିଜେପିର ବିକ୍ଷୋଭ

ନ୍ୟାସନାଲ୍ ହେରାଲ୍‌ଡ ଦୁର୍ନୀତି ମାମଲାରେ ଇଡି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି। ଏକ ଖବର ସରବରାହ ସଂସ୍ଥାକୁ କଂଗ୍ରେସ ଦଳ ଓ ଗାନ୍ଧୀ ପରିବାର ନିଜର ସଂପତ୍ତି ଭଳି ବ୍ୟବହାର କରିବା....

sdsdcxxc

ଭୁବନେଶ୍ବର: ନ୍ୟାସନାଲ୍ ହେରାଲ୍‌ଡ ଦୁର୍ନୀତି ମାମଲାରେ ଇଡି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି। ଏକ ଖବର ସରବରାହ ସଂସ୍ଥାକୁ କଂଗ୍ରେସ ଦଳ ଓ ଗାନ୍ଧୀ ପରିବାର ନିଜର ସଂପତ୍ତି ଭଳି ବ୍ୟବହାର କରିବା ବିରୋଧରେ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ନେତୃତ୍ବରେ ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ ୫ହଜାରରୁ ଅଧିକ ଦେଶଭକ୍ତ ଓ କ୍ରାନ୍ତିକାରୀଙ୍କ ଆର୍ଥିକ ସହଯୋଗରେ ୧୯୩୭ ମସିହାରେ ନ୍ୟାସନାଲ୍ ହେରାଲଡ୍‌ ସମ୍ବାଦପତ୍ର ପ୍ରକାଶନ ଆରମ୍ଭ ହୋଇଥିଲା। ଏହା ନେହରୁ ପରିବାରର ବ୍ୟକ୍ତିଗତ ମାଲିକାନା ନ ଥିଲା। ପରବର୍ତ୍ତୀ ସମୟରେ ୯୦କୋଟି ଟଙ୍କାର ଆର୍ଥିକ ଋଣ ଦେଖାଇ ୨୦୦୮ ମସିହାରେ ଏହାକୁ ବନ୍ଦ କରିଦିଆଗଲା। ଅପରପକ୍ଷରେ ମାତ୍ର ୫୦ଲକ୍ଷ ଟଙ୍କା ଦେଇ ଏହି ସଂସ୍ଥାର ସମସ୍ତ ସମ୍ପତ୍ତିକୁ ୟଙ୍ଗ ଇଣ୍ଡିଆ ସଂସ୍ଥାକୁ ଦିଆଗଲା। ଯାହାର ୩୮ପ୍ରତିଶତ ଲେଖାଏଁ ଅଂଶଧନ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ପାଖରେ ରହିଛି। ଏହି ଦୁର୍ନୀତି ମାମଲାରେ ଇଡି ମୋତିଲାଲଙ୍କ ସମେତ ପବନ ବଂଶଲ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଜେରା କରିସାରିଛି। 
ଶ୍ରୀ ପଣ୍ଡା କହିଛନ୍ତି, ଧାରଣା ଦେବାର ଅଧିକାର ସମସ୍ତଙ୍କର ଅଛି। ଧାରଣା ଦେଇ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଅତ୍ୟନ୍ତ ନିର୍ଲଜ କାମ କରୁଛି କଂଗ୍ରେସ। ଗତ ୪ବର୍ଷ ଧରି ନ୍ୟାସନାଲ୍ ହେରାଲ୍‌ଡ ମାମଲା ସୁପ୍ରିମକୋର୍ଟରେ ଚାଲିଛି। କୋର୍ଟରେ ସନ୍ତୋଷଜନକ ତଥ୍ୟ ଉପସ୍ଥାପନା କରିବା ପରିବର୍ତ୍ତେ କଂଗ୍ରେସ ଧାରଣା ଓ ବିକ୍ଷୋଭ କରୁଛି।

ଏହି ଘଟଣାରେ ବର୍ତ୍ତମାନ ଜାମିନରେ ଥିବା ଉଭୟ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ମଧ୍ୟ କୌଣସି ଆଶ୍ବସ୍ତି ମିଳିନାହିଁ। ମାମଲା କୋର୍ଟ ବିଚାରାଧୀନ ଥିବାବେଳେ କୋର୍ଟଙ୍କ ରାୟକୁ ଧୈର୍ଯ୍ୟର ଅପେକ୍ଷା କରିବା ଦରକାର। ଗାନ୍ଧୀ ପରିବାରର ଜଣେ ସଦସ୍ୟ ହରିୟାଣାରେ ୩କୋଟି ଟଙ୍କାରେ ଜମି କିଣି ୫୮କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଏହି ପରିବାର କେବଳ ଦେଶ ଓ ସମାଜକୁ ଲୁଟିଛନ୍ତି। ଆଇନକୁ ସାହାଯ୍ୟ ଓ ସହଯୋଗ କରିବା ପରିବର୍ତ୍ତେ ତଦନ୍ତକାରୀ ସଂସ୍ଥା ଇଡିକୁ ଧମକ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏହି ବିକ୍ଷୋଭରେ ସୁବ୍ରତ ବିଶ୍ୱାଳ, ପ୍ରଶାନ୍ତ ପାଇକରାୟ, ଚଣ୍ଡୀ ପ୍ରସାଦ ବେହେରା, ରଜତ ନାୟକ, ଜ୍ୟୋତି ରଞ୍ଜନ ମିଶ୍ର, ନିହାର ହୋତା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe