ବିଜେପି ରଖିଲା ପ୍ରଶ୍ନ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ରଖିବେ ତ ?

Advertisment
ବିଜେପି ରଖିଲା ପ୍ରଶ୍ନ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ରଖିବେ ତ ?

ପଦ୍ମପୁର: ରବିବାର ମୁଖ୍ୟମନ୍ତ୍ରୀ ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଏଠାରେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ପ୍ରସଂଗ ରଖିଛି। ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ପ୍ରିତେଶ ବହିଦାର ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ବେଳେ ଦେଇଥିବା ୮ଟି ମୁଖ୍ୟ ପ୍ରତିଶ୍ରୁତି ପୂରଣ କରିବେ କି ବୋଲି ପ୍ରଶ୍ନ କରିଥିଲେ। ଗତ କ୍ୟାବିନେଟ ବୈଠକରେ ପଦ୍ମପୁରକୁ ଜିଲ୍ଲା ଘୋଷଣା ମଞ୍ଜୁର କରିଛନ୍ତି କି ବୋଲି ଦଳ ପ୍ରଶ୍ନ ରଖିଛି। ସେହିପରି ନିର୍ବାଚନମଣ୍ଡଳୀର ଡାକ୍ତରଖାନାରେ ଡାକ୍ତର ପଦବୀ କେବେ ପୂରଣ ହେବ ବୋଲି ଦଳ ଦ୍ବିତୀୟ ପ୍ରଶ୍ନ ରଖିଛି।

ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ୧୧ଟି ଡାକ୍ତର ଓ ୨୧ ନର୍ସ ପଦବି ଖାଲି ରହିଛି।  ସେହିପରି ପଦ୍ମପୁର ଅଞ୍ଚଳରେ ବନ୍ଦ ରହିଥିବା ୧୦୦ ପ୍ରାଥମିକ ବିଦ୍ୟାଳୟ ତୁରନ୍ତ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପାଇଁ ଦାବି କରିଛନ୍ତି। କେନ୍ଦୁପତ୍ର ତୋଲାଳିଙ୍କ ବୋନସ, ରେଳ ଲାଇନ ପାଇଁ ରାଜ୍ୟ ସରକାର ଜମି ପ୍ରଦାନ, ଚାଷୀଙ୍କୁ ଇନପୁଟ୍‌ ସବସିଡି ଓ ୧୦୦ ଟଙ୍କା କ୍ବିଣ୍ଟାଲ ପ୍ରତି ବୋନସ୍‌ ପ୍ରଦାନ, ଚାଷୀଙ୍କ ଧାନ ବିକ୍ରି ପାଇଁ ଅଚଳ ଟୋକନ୍‌ ପୁଣି ସଚଳ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ କି ବୋଲି ବିଜେପି ପ୍ରଶ୍ନ କରିଛି। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସାଧାରଣ ସଂପାଦକ ସରୋଜ ପାଣିଗ୍ରାହୀ, ନଗର ସଭାପତି ସୁନିଲ ଅଗ୍ରୱାଲ, ସଂପାଦକ ଅଶୋକ ମିଶ୍ର, ସାଂସଦ ପ୍ରତିନିଧି ଚିନ୍ମୟ ପଣ୍ଡା, ଆଦିତ୍ୟ ପ୍ରସାଦ ରଥ, କାଉନସିଲର କୁନାଲ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe