ଟଙ୍କା ବାଣ୍ଟିବା ନେଇ ଜିଲ୍ଲାପାଳଙ୍କୁ ଫେରାଦ୍‌ ହେଲା ବିଜେପି

Advertisment
ଟଙ୍କା ବାଣ୍ଟିବା ନେଇ ଜିଲ୍ଲାପାଳଙ୍କୁ ଫେରାଦ୍‌ ହେଲା ବିଜେପି

1000 Logos

ଅସୁରାଳି: ଧାମନଗର ଉପନିର୍ବାଚନରେ ଶାସକ ବିଜେଡ଼ି ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ଅର୍ଥ ବାଣ୍ଟୁଥିବା ଭଳି ଅଭିଯୋଗ ଆଣିଛି ବିଜେପି। ଏ ନେଇ ବିଜେପି ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ଆଜି ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦରଙ୍କୁ ସାକ୍ଷାତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି। ବିଜେପି ପକ୍ଷରୁ ଦର୍ଶାଯାଇଛି ଯେ ଧାମନଗର ବିଧାନସଭା ଦଖଲ ପାଇଁ ବିଜେଡି ସବୁ ନୀତି ନିୟମକୁ ଉଲ୍ଲଂଘନ କରୁଛି। ଦଳ ଅନେକ ସ୍ଥାନରେ ସ୍ବୟଂ ସହାୟକ ଗୋଷ୍ଠୀକୁ ପ୍ରଭାବିତ କରି ସେମାନଙ୍କ ମାଧ୍ୟମରେ ଟଙ୍କା ବାଣ୍ଟୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ନିର୍ବାଚନ ହାରିବା ଭୟରେ ଶାସକ ଦଳର ଏପରି କାର୍ଯ୍ୟ ଜନମତକୁ ବିଭ୍ରାନ୍ତି କରିବା ସହ ନିର୍ବାଚନ ବ୍ୟବସ୍ଥାର ଖୋଲା ଉଲ୍ଲଂଘନ କରୁଛି। ବିଜେପିର ପ୍ରତିନିଧି ଦଳ ଟଙ୍କା ବଣ୍ଟାଯିବାର ଭିଡିଓ ଜିଲ୍ଲାପାଳଙ୍କୁ ଦେଖାଇବା ସହ ଏପରି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଦୋଷୀଙ୍କୁ ଗିରଫ କରିବା ପାଇଁ ଦୃଢ଼ ଦାବି କରିଛନ୍ତି। ବିଜେପିର ରାଜ୍ୟ ପ୍ରବକ୍ତା ମନୋଜ ମହାପାତ୍ର, ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ୍ ଆଚାର୍ଯ୍ୟ, ଭଦ୍ରକ ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ବାଇଁ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe