ଢେଙ୍କାନାଳ ବିଜେପି ସମାବେଶ, ‘ଏଥର ପରିବର୍ତନ ନିଶ୍ଚିତ’

Advertisment
ଢେଙ୍କାନାଳ ବିଜେପି ସମାବେଶ, ‘ଏଥର ପରିବର୍ତନ ନିଶ୍ଚିତ’

ଢେଙ୍କାନାଳ : ‘ଓଡ଼ିଶାରେ ବିଜେପି କର୍ମକର୍ତ୍ତାଙ୍କୁ ବିଜେଡି ପକ୍ଷରୁ ଆକ୍ରମଣ ଓ ହତ୍ୟା କରି ଦଳକୁ ଭୟଭୀତ କରିବାକୁ ଉଦ୍ୟମ କରାଯାଉଛି। କିନ୍ତୁ ଏଥିରେ ବିଜେପି ଭୟଭୀତ ହେବ ନାହିଁ, ଏହାର ଜବାବ ଦେବ। ବିଜେଡିର ହିଂସାର ଉତ୍ତରରେ ଜନସାଧାରଣ ବିଜେପିକୁ ଅଧିକ ଭୋଟଦେଇ କ୍ଷମତାକୁ ଆଣିବେ’ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି। ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଢେଙ୍କାନାଳ ସହରର ମହିଷାପାଟସ୍ଥିତ ପଲ୍ଲିଶ୍ରୀ ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଶ୍ରୀ ଶାହ ଉଦ୍‌ବୋଧନ କହିଥିଲେ, ଢେଙ୍କାନାଳ ସମେତ ସବୁଠାରେ ମୋଦୀ ହାୱା ରହିଛି। ରାହୁଲ ଗାନ୍ଧୀଙ୍କ ୫ ପିଢ଼ି ତଥା କଂଗ୍ରେସ ଦୀର୍ଘ ୫୫ ବର୍ଷ ଧରି ଦେଶକୁ ଶାସନ କରିଥିବାବେଳେ ଆଜି ମଧ୍ୟ ଦେଶରୁ ଗରିବୀ ହଟିନାହିଁ। ଅନ୍ୟପକ୍ଷରେ ୫ ବର୍ଷର ବିଜେପି ସରକାର ୭ କୋଟି ଗରିବ ଲୋକଙ୍କୁ ଇନ୍ଧନ, ୨.୩୫ ଲକ୍ଷ ଲୋକଙ୍କ ଘରକୁ ବିଦ୍ୟୁତ୍‌, ୫୦ କୋଟି ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଛି। କିନ୍ତୁ ଓଡ଼ିଶାର ନବୀନ ସରକାର ଅଦ୍ୟାବଧି ଏହାକୁ ଓଡ଼ିଶାରେ ଲାଗୁ ନକରିବା ଦୁର୍ଭାଗ୍ୟଜନକ। ଏହି ଯୋଜନା ସେ କାହିଁକି ଓଡ଼ିଶାବାସୀଙ୍କ ଠାରୁ ଦୂରେଇ ରଖିଛନ୍ତି ସେ ନେଇ ସେ ପ୍ରଶ୍ନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe