ଦଶରଥପୁରରେ ବିଜେପି ରାଜ୍ୟ ସଭାପତିଙ୍କୁ ସମ୍ବର୍ଦ୍ଧନା

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଯାଜପୁରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଗୁରୁବାର ଶ୍ରୀ ସାମଲ ମା’ ବିରଜାଙ୍କ ଦର୍ଶନ କରିଥିଲେ। ମନ୍ଦିର ସେବାୟତମାନଙ୍କ ସହ ଆଲୋଚନା...

Untitled-17

ଦଶରଥପୁର/ ଯାଜପୁରଟାଉନ: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଯାଜପୁରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଗୁରୁବାର ଶ୍ରୀ ସାମଲ ମା’ ବିରଜାଙ୍କ ଦର୍ଶନ କରିଥିଲେ। ମନ୍ଦିର ସେବାୟତମାନଙ୍କ ସହ ଆଲୋଚନା କରି ମା’ଙ୍କ ମନ୍ଦିର ଉନ୍ନୟନ କାର୍ଯ୍ୟରେ ଅର୍ଥ ସମସ୍ୟା ହେବନାହିଁ, ଆବଶ୍ୟକ ପଡ଼ିଲେ ସରକାର ଆହୁରି ଅଧିକ ଅର୍ଥ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ସେ ବିରଜା ହାଟ ପରିଦର୍ଶନ କରିଥିଲେ। ସେଠାରୁ ବିଶାଳ ଶୋଭାଯାତ୍ରାରେ ବିଞ୍ଝାରପୁର ନିର୍ବାଚନମଣ୍ଡଳୀର ଗ୍ରାମନନ୍ଦିପୁର ଗସ୍ତ କରିଥିଲେ।

ପୂର୍ବତନ ଜିଲ୍ଲା ସଭାପତି ଗୌତମ ରାୟଙ୍କ ସଂଚାଳନରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ସମେତ ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା, ବଡ଼ଚଣା ବିଧାୟକ ଅମର ନାୟକ, କୋରେଇ ବିଧାୟକ ଆକାଶ ଦାସନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲ୍ଲା ସଭାନେତ୍ରୀ ଦେବଯାନୀ ପ୍ରଧାନ, ବିଞ୍ଝାରପୁର ନେତ୍ରୀ ବବିତା ମଲ୍ଲିକ, ଉମେଶଚନ୍ଦ୍ର ଜେନା, ରାଜ୍ୟ ସମ୍ପାଦକ ସରୋଜ କର, ମୁଖପାତ୍ର ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଦଶରଥପୁର ପଞ୍ଚାୟତ ସମିତିର ପ୍ରାକ୍ତନ ଉପାଧ୍ୟକ୍ଷ ବିଷ୍ଣୁଚରଣ ମହାପାତ୍ରଙ୍କ ସମେତ ୧୭ଟି ପଞ୍ଚାୟତର ଶତାଧିକ ବିଜେଡି କର୍ମୀ, ପୂର୍ବତନ ସରପଞ୍ଚ, ସମିତିସଭ୍ୟ ଓ ଛାତ୍ରନେତା ବିଜେପିରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe