ମୟୂରଭଞ୍ଜରେ ବନ୍ୟା ବିପନ୍ନଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି

Advertisment

‘ଘର ଭୁଶୁଡ଼ି ୬ ଜଣଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାର ଦାୟୀ’

‘ଘର ଭୁଶୁଡ଼ି ୬ ଜଣଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାର ଦାୟୀ’

ମୟୂରଭଞ୍ଜରେ ବନ୍ୟା ବିପନ୍ନଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି

ବାରିପଦା: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ବନ୍ୟାଞ୍ଚଳ ବୁଲିଛନ୍ତି। ଏଥିସହ କାନ୍ଥ ପଡ଼ି ମୃତ୍ୟୁ ବରଣ କରିଥିବା ଶିଶୁମାନଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ତେବେ ମାଟିଘର ଭୁଶୁଡ଼ି ଲୋକଙ୍କ ଜୀବନହାନୀ ଘଟଣାକୁ ସେ ରାଜ୍ୟ ସରକାରଙ୍କ ଅପାରଗତା ବୋଲି କହି ଏଥିପାଇଁ ସରକାରଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି। ଦିନରେ ବନ୍ୟାଞ୍ଚଳ ପରିଦର୍ଶନ ପରେ ଅପରାହ୍ନରେ ବାରିପଦା ସର୍କିଟ୍‌ ହାଉସଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଶ୍ରୀ ମହାନ୍ତି। ବର୍ଷା ଓ ବନ୍ୟାରେ ଜିଲ୍ଲାରେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି।

ହେଲେ ବିପନ୍ନଙ୍କ ପାଖରେ ଏ ଯାଏ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସାମନ୍ୟ ସହାୟତା ଯୋଗାଇ ପାରିନାହାନ୍ତି। କାନ୍ଥ ପଡ଼ି ୫ ଶିଶୁ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଲା। ରାଜ୍ୟ ସରକାର ଏହି ଗରିବ ପରିବାରମାନଙ୍କୁ ବିଜୁ ପକ୍କାଘର ଦେଲେନି। କେନ୍ଦ୍ର ସରକାର ଦେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବି ସାମିଲ କଲେନି। ଥିଲାବାଲାଙ୍କୁ ଘର ପ୍ରଧାନମନ୍ତ୍ରୀ ଆବାସ ବାଣ୍ଟିଦେଲେ। ଦଳୀୟ ନେତା ଓ ଅଧିକାରୀ ମିଶି ଟଙ୍କା ଲୁଟିନେଲେ। ଯେଉଁଥିପାଇଁ ମାଟିଘର ଭୁଶୁଡ଼ି ୬ଟି ଜୀବନ ଚାଲିଗଲା ବୋଲି କହି ରାଜ୍ୟ ସରକାରଙ୍କୁ ଘେରିଥିଲେ ଶ୍ରୀ ମହାନ୍ତି। ଏତେ ବଡ଼ ଦୁଃଖଦ ଘଟଣା ଘଟି ଯାଇଥିଲେ ବି ମୁଖ୍ୟମନ୍ତ୍ରୀ ସାମାନ୍ୟ ସମବେଦନା ଟିକେ ନଜଣାଇବା ଓ ମୃତ ଶିଶୁଙ୍କ ପରିବାରକୁ ଜିଲ୍ଲାପାଳ ନଭେଟିବା ହୀନ ମାନସିକତାର ପରିଚୟ ବୋଲି କହିଥିଲେ। ରାଜ୍ୟ ସରକାରଙ୍କ ଏହି ବ୍ୟଭିଚାର ବିରୋଧରେ ଆଗାମୀ ଦିନରେ ମୟୂରଭଞ୍ଜବାସୀ ବିଜେଡିକୁ ଉଚିତ୍ ଜବାବ ଦେବେ ବୋଲି ସେ କହିଥିଲେ।

ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ଦଳର ସହରାଞ୍ଚଳ ରାଜ୍ୟ ସଂଯୋଜକ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ସମ୍ପାଦକ ଠାକୁର ରଣଜିତ ଦାସ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ମଲ୍ଲିକ, ବାରିପଦା ବିଧାୟକ ପ୍ରକାଶ ସୋରେନ, ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢ଼େଇ, ସାରସକଣା ବିଧାୟକ ଡା. ବୁଢାନ ମୁର୍ମୁ, ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe