ଧାମନଗର ଉପନିର୍ବାଚନ ଲାଗି ଭଦ୍ରକରେ ପହଞ୍ଚିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି

Advertisment

ବିଜେପିର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଏକ ହୋଟେଲରେ ବୈଠକ

ବିଜେପିର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଏକ ହୋଟେଲରେ ବୈଠକ

ଓଡ଼ିଶାରେ ରେଳ ବିକାଶକୁ ମୋଦୀ ସରକାର ପ୍ରାଥମିକତା ଦେଉଛନ୍ତି : ବିଜେପି

The New Indian Express

ଭଦ୍ରକ: ଧାମନଗର ଉପନିର୍ବାଚନ ଲାଗି ଗୁରୁବାର ରାତିରେ ଭଦ୍ରକରେ ପହଂଚିଛନ୍ତି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି। ଶ୍ରୀ ମହାନ୍ତି ଭଦ୍ରକରେ ପହଞ୍ଚିବା ପରେ ଏକ ହୋଟେଲରେ ଜିଲ୍ଲା ବିଜେପିର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଦଳୀୟ ପ୍ରାର୍ଥୀ ଚୟନ ଓ ନିର୍ବାଚନ ପରିଚାଳନା ସମ୍ପର୍କରେ ଆଲୋଚନା କରିଛନ୍ତି। ଆଗାମୀ ନଭେମ୍ବର ୩ ତାରିଖରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏଥି ପାଇଁ ଦିବଙ୍ଗତ ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କୁ ନିର୍ବାଚନରେ ପ୍ରାର୍ଥୀ କରିବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଆଗାମୀ ନିର୍ବାଚନରେ ଭଦ୍ରକରେ ଦଳ କିଭଳି ବିଜୟୀ ହେବ, କିଭଳି ନିର୍ବାଚନ ପରିଚାଳନା କରାଯିବ ସେ ନେଇ ରାଜ୍ୟ ସଭାପତି ଶ୍ରୀ ନାହାନ୍ତି ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ। କେଉଁ ଜୋନ ଦାୟିତ୍ୱରେ କେଉଁ କେଉଁ ନେତା ଦାୟିତ୍ଵ ନେବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଶାସକ ବିଜେଡ଼ି ଦଳକୁ କିଭଳି ଆଗାମୀ ନିର୍ବାଚନରେ ମୁକାବିଲା କରିବାକୁ ପଡ଼ିବ ତାକୁ ନେଇ ଦଳୀୟ କର୍ମୀମାନଙ୍କୁ ସେ ଗୁରୁମନ୍ତ୍ର ଦେଇଥିଲେ।

ଆଜିର ଏହି ବୈଠକରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିଜେପି ନେତା ଅଭିନ୍ୟୁ ସେଠୀ, ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢ଼ୀ, ମାନସ ମହାନ୍ତି, କାଳନ୍ଦୀ ସ୍ୱାଇଁ, ଧାମନଗର ନିର୍ବାଚନ ମଣ୍ଡଳୀରେ ବିଜେପିର ୪ ଜିଲ୍ଲା ପରିଷଦ ଜୋନ, ତିହିଡି ଓ ଧାମନଗର ବ୍ଲକ୍ ଦଳୀୟ ନେତା ଓ କର୍ମ କର୍ତ୍ତା ଉପସ୍ଥିତ ରହିଥିଲେ। ଆସନ୍ତା ଉପନିର୍ବାଚନରେ ଦଳର ସମସ୍ତ କର୍ମକର୍ତ୍ତା କିଭଳି ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଯିବ ସେ ନେଇ କାର୍ଯ୍ୟ କରିବାକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ସମସ୍ତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଏହି ଉପନିର୍ବାଚନ ଦଳ ପାଇଁ ଏକ ଅଗ୍ନି ପରୀକ୍ଷା ସଦୃଶ୍ୟ ହୋଇଥିବାରୁ ଏହାକୁ ଦଳ ଅଧିକ ଗୁରୁତ୍ବ ଦେଉଥିବା ଜଣାପଡିଛି। ନିର୍ବାଚନ ପୂର୍ବରୁ ଶ୍ରୀ ମହାନ୍ତିଙ୍କର ଆଜିର ଭଦ୍ରକ ଗ୍ରସ୍ତ ଓ ଦଳୀୟ ନେତା ଓ କର୍ମୀଙ୍କ ସହ ବୈଠକ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe