The New Indian Express
ଅତାବିରା : ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅତାବିରା ଗସ୍ତ କାର୍ଯ୍ୟକ୍ରମ ଆସନ୍ତା ୨୨ ତାରିଖ ଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଅତାବିରା ନିର୍ବାଚନମଣ୍ଡଳୀରେ ଦଳୀୟ କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି। ଏ ନେଇ ବିଜେପିର ପ୍ରସ୍ତୁତି ବୈଠକ ସ୍ଥାନୀୟ ଅଗ୍ରସେନ ଭବନରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ଉପସଭାପତି ଅଶୋକ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମିଳନ ସେଠ, ନଗର ସଭାପତି ସୁରେନ୍ଦ୍ର ସ୍ବାଇଁ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଚିତ୍ତରଂଜନ ଭୋଇ, ଜିଲ୍ଲା ସଂପାଦିକା କ୍ଷୀରେଶ୍ବରୀ ସ୍ବାଇଁ, ବରିଷ୍ଠ ନେତା ରବିନ୍ଦ୍ର ନାୟକ ଯୋଗ ଦେଇଥିଲେ।
Follow Us