ଝାରସୁଗୁଡ଼ାରେ ୫୦୦ ବେଡ୍ କୋଭିଡ ହସ୍ପିଟାଲ୍ ନିର୍ମାଣ ପାଇଁ  ଅନୁରୋଧ  କଲେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ 

ଝାରସୁଗୁଡ଼ାରେ ୫୦୦ ବେଡ୍ କୋଭିଡ ହସ୍ପିଟାଲ୍ ନିର୍ମାଣ ପାଇଁ  ଅନୁରୋଧ  କଲେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ 

image source-new indian express

ଝାରସୁଗୁଡ଼ା: ଦେଶ ସାରା ଏବେ କରୋନାର  ଦ୍ଵିତୀୟ ଲହରୀ ଚାଲିଛି। ଓଡ଼ିଶାର ସମସ୍ତ ଜିଲ୍ଲା ବିଶେଷ କରି  ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ କରୋନା ସଂକ୍ରମଣ ଖୁବ୍ ଜୋରରେ ବ୍ୟାପି ଚାଲିଛି। ଏହି ସମୟରେ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାର ଖୁବ୍ କମ୍ ପରିମାଣରେ ଟେଷ୍ଟ  ହେଉଛି ଓ ଟେଷ୍ଟ ରିପୋର୍ଟ ଆସିବା ରେ ମଧ୍ୟ ଖୁବ୍ ବିଳମ୍ବ ହେଉଛି। ଦିନକୁ ଦିନ ଝାରସୁଗୁଡ଼ାରେ ମଧ୍ୟ ଏହି ସଂକ୍ରମଣ ବୃଦ୍ଧି ପାଉଥିବା ଦେଖା ଦେଇଛି। ଗତ କିଛି ଦିନରୁ, ପ୍ରତେକ ଦିନ ଝାରସୁଗୁଡ଼ା ଜିଲ୍ଲାର ଲୋକେ ଏହି ସଂକ୍ରମଣ କାରଣରୁ ପ୍ରାଣ ମଧ୍ୟ ହରାଉଛନ୍ତି।

ଏହାକୁ ଆଖି ଆଗରେ ଝାରସୁଗୁଡ଼ା ଜିଲ୍ଲାର ଥିବା ଭୂଷଣ କାରଖାନା ତଥା ଜେଏସଡବ୍ଲୁର  ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କୁ ଝାରସୁଗୁଡ଼ାରେ  ୫୦୦ବେଡ୍ କୋଭିଡ ହସ୍ପିଟାଲ୍ ନିର୍ମାଣ ପାଇଁ  ଅନୁରୋଧ କରିଛନ୍ତି। ଝାରସୁଗୁଡ଼ା ଭୂଷଣ କାରଖାନାରେ ସଠିକ୍ ପରିମାଣର ଅକ୍ସିଜେନ୍ ବ୍ୟବସ୍ଥା ମଧ୍ୟ ରହିଛି। ତାହା ନିଶ୍ଚୟ ଉପକୃତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe