କଳାହାଣ୍ଡିରେ ବିଜେପିର ୧୨ ଘଣ୍ଟିଆ ବନ୍ଦ

କଳାହାଣ୍ଡିରେ ବିଜେପିର ୧୨ ଘଣ୍ଟିଆ ବନ୍ଦ

ଭବାନୀପାଟଣା : ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବୁଧବାର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଦଳୀୟ ନେତା ଓ କର୍ମୀମାନେ ଜାତୀୟ ରାଜପଥ ୨୬କୁ ସକାଳୁ ଟାୟାର ଜାଳି ଅବରୋଧ କରିଥିଲେ। ହସ୍ପିଟାଲ ଛକ, ଗାନ୍ଧୀଛକ ଷ୍ଟେଚ୍ୟୁଛକ ସମେତ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପିକେଟିଂ କରିଥିଲେ। ନକଟିଗୁଡ଼ା ଛକଠାରେ ବାଇକ୍‌ରେ ଆସି ବିଜେଡିର କିଛି କର୍ମୀ ଆନ୍ଦୋଳନକାରୀଙ୍କ ସହିତ ଯୁକ୍ତିତର୍କ ହେବା ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

publive-image

ବିଜେପି ପକ୍ଷରୁ ଏନେଇ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ବିଜେଡି ପକ୍ଷରୁ ଏଭଳି ବାଇକ୍‌ରେ ମାରଣାସ୍ତ୍ର ଧରି ଆନ୍ଦୋଳନକାରୀଙ୍କୁ ଭୟଭୀତ କରିବା ନେଇ ବିଜେପି ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବୁଧବାର କଳାହାଣ୍ଡି ବନ୍ଦ ବେଳେ ଉଭୟ ବିଜେପି ଓ ବିଜେଡି ମୁହଁାମୁହିଁ ହେବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe