ପୌରପାଳିକାରେ ବିଭିନ୍ନ ସମସ୍ୟା ନେଇ ବିଜେପିର ଦାବିପତ୍ର ପ୍ରଦାନ

Advertisment
ପୌରପାଳିକାରେ ବିଭିନ୍ନ ସମସ୍ୟା ନେଇ ବିଜେପିର ଦାବିପତ୍ର ପ୍ରଦାନ

ରାୟଗଡ଼‌ା: ରାୟଗଡା ପୌରପାଳିକା ଅଧିନରେ ରହିଥିବା ବିଭିନ୍ନ ଵାର୍ଡରେ ବହୁ ସମସ୍ୟା ଲାଗି ରହିଛି। ବାରମ୍ବାର ସମସ୍ୟାଗୁଡିକର ସମାଧାନ ନେଇ ଦାବି ହେଉଥିଲେ ମଧ୍ୟ ପୌରପାଳିକା କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ଆଜି ଟାଉନ ବିଜେପିର ସଭାପତି ମଞ୍ଜୁଳା ମିନିଆକାଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ପୌରପାଳିକା ଘେରାଉ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବିପତ୍ରରେ ବିଭିନ୍ନ ଵାର୍ଡର ବହୁ ସମସ୍ୟା ରହିଛି। ସେଗୁଡିକ ମଧ୍ୟରୁ ୧ ନମ୍ବର ଵାର୍ଡରେ ଡ୍ରେନେଜ ଓ କଲଭର୍ଟ ନିର୍ମାଣ ଓ ଡ୍ରେନ ଡାଇଭେରସେନ ଓ ପ୍ରୋଟେକ୍ସନ ଵାଲ ନିର୍ମାଣ। ୨୩ ନମ୍ବର ଵାର୍ଡର ଜୟରାମଗୁଡା ଓ କଦଳୀଗୁଡ଼ାରେ ଉଭୟପଟେ ଡ୍ରେନେଜ ନିର୍ମାଣ। ୱାର୍ଡ ନମ୍ବର ୨୪ର କୋଟଲାଗୁଡା ଠାରେ ପାହାଡରୁ ବସ୍ତିକୁ ଆସୁଥିବା ପାଣିକୁ ବନ୍ଦ କରିବା ଓ ପ୍ରୋଟେକ୍ସନ ଵାଲ ନିର୍ମାଣ କରିବା। ପୌରପରିଷଦ ଅଧିନରେ ରହିଥିବା ୨୪ଟି ୱାର୍ଡର ଡ୍ରେନଜଗୁଡିକର ମରାମତି ରକିବା ଓ ମ୍ୟାଲେରିଆ ଓ ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ଡ୍ରେନଜଗୁଡିକକୁ ସଫା କରିବା ଭଳି ଦାବି ରହିଛି।ଏହି ଦାବିଗୁଡିକ ତୁରନ୍ତ ପୂରଣ କରିବାକୁ ବିଜେପି ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe