Sambad
ବାଣପୁର: ଶନିବାରେ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାର ବାର ଘଣ୍ଟା ପୂର୍ବରୁ ଜଣେ ବିଜେପି ସମର୍ଥିତ ସମିତି ସଭ୍ୟଙ୍କୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।
ନରେନ୍ଦ୍ରପୁର ପଞ୍ଚାୟତର ବିଜୟୀ ସମିତି ସଭ୍ୟ କନ୍ଦର୍ପ ଜେନାଙ୍କୁ ଶୁକ୍ରବାରେ ରାତିରେ କେତେକ ଦୁର୍ବୃତ୍ତ ଅପହରଣ କରିନେଇଥିବା ତାଙ୍କ ପତ୍ନୀ ଦମୟନ୍ତୀ ଜେନା ଶନିବାରେ ଥାନାରେ ଅଭିଯୋଗ କରିଛନ୍ତି। ତେବେ ବ୍ଲକର ସମୁଦାୟ ୧୭ ପଞ୍ଚାୟତ ମଧ୍ୟରୁ ବିଜେପି ସମର୍ଥିତ ପ୍ରାର୍ଥୀମାନେ ୧୨ ପଞ୍ଚାୟତରେ ବିଜୟ ଲାଭ କରିଥିବା ବେଳେ ୫ ପଞ୍ଚାୟତରେ ବିଜେଡି ସମର୍ଥିତ ପ୍ରାର୍ଥୀମାନେ ବିଜୟ ଲାଭ କରିଥିଲେ।
Follow Us