ସମ୍ବଲପୁର ସ୍ଥିତି ‌ନେଇ ସରକାରଙ୍କୁ ଟାର୍ଗେଟ; ବିଜେପି କହିଲା- ଅପାରଗତା ଓ ଦାୟିତ୍ୱହୀନତା ପାଇଁ ଅଘଟଣ ଘଟିଲା

ମୁଖ୍ୟମନ୍ତ୍ରୀ ଜାପାନ ଯାଇପାରୁଛନ୍ତି, ସମ୍ବେଦନଶୀଳ ଘଟଣାରେ ଥରୁଟିଏ ସମ୍ବଲପୁର ଆସିବା ଜରୁରି ମନେକଲେନି

ସମ୍ବଲପୁର ସ୍ଥିତି ‌ନେଇ ସରକାରଙ୍କୁ ଟାର୍ଗେଟ; ବିଜେପି କହିଲା- ଅପାରଗତା ଓ ଦାୟିତ୍ୱହୀନତା ପାଇଁ ଅଘଟଣ ଘଟିଲା

ଝାରସୁଗୁଡା: ଗତ ୧୨ ତାରିଖ ପରଠାରୁ ସମ୍ବଲପୁରରେ ଦେଖାଦେଇଥିବା ଅପ୍ରୀତିକର ସ୍ଥିତିକୁ ନେଇ ଆଜି ଝାରସୁଗୁଡାରେ ବିଜେପିର ରାଜ୍ୟସ୍ତରୀୟ ଟିମ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛି। ସରକାର ଓ ପ୍ରଶାସନର ଦାୟିତ୍ବହୀନତା, ଅପାରଗତା ପାଇଁ ଏହି ଘଟଣା ଘଟିଥିବା ବେଳେ ଭୋଟ ବ୍ୟାଙ୍କ ପାଇଁ ଦେଶଦ୍ରୋହୀଙ୍କୁ ସୁରକ୍ଷା ଦିଆଯାଉଥିବା ନେଇ ବିଜେପି ଅଭିଯୋଗ କରିଛି। ଦଙ୍ଗା ବେଳେ ଜଣେ ଆଦିବାସୀ ଯୁବକର ହତ୍ୟା ହେଲା, ତରବରିଆ ଭାବେ ତାଙ୍କ ପରିବାରର ଅଧିକାର କ୍ଷୁର୍ଣ୍ଣ କରି ଶବ ଦାହ କରିଦିଆଗଲା। ମୁଖ୍ୟମନ୍ତ୍ରୀ ଜାପାନ, ଦୁବାଇ ଯାଇପାରୁଛନ୍ତି କିନ୍ତୁ ଏଭଳି ସମ୍ବେଦନଶୀଳ ଘଟଣାରେ ଥରୁଟିଏ ସମ୍ବଲପୁର ଆସିବା ଜରୁରି ଭାବିଲେନି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ସାଂସଦ ବସନ୍ତ ପଣ୍ଡା, ଜୁଏଲ ଓରାମ, ସମୀର ମହାନ୍ତି ଉପସ୍ଥିତ ଥିଲେ।

ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ପ୍ରଥମ ଥାରପାଇଁ ହେଉନି। କେଉଁ କାଳରୁ ଏହି ରୁଟରେ ଶୋଭାଯାତ୍ରା ଆସୁଛି। ଉଭୟ କମିଟି ଓ ପ୍ରଶାସନ ପାଖରେ ଏହାର ଅଭିଜ୍ଞତା ରହିଛି। ମାତ୍ର ପ୍ରଶାସନର ଗୁଇନ୍ଦା ଫେଲ ମାରିଲା, ଦେଶଦ୍ରୋହୀ ପଥର ନେଇ ଛାତରେ ରଖିଲେl ଯଦି ପ୍ରଶାସନ ପାଖରେ ପୁଲିସ ନଥିଲା ତେବେ ଭଦ୍ରକ ଭଳି ସ୍ୱୀକାର କରିଥାନ୍ତେ, କେନ୍ଦ୍ର ସୁରକ୍ଷା ବଳ ଯୋଗାଇ ଦେଇଥାନ୍ତା ବୋଲି ବିଜେପି ସଭାପତି ଶ୍ରୀ ସାମଲ କହିଛନ୍ତି। ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ସ୍ଥିତି ପଶ୍ଚିମ ବଙ୍ଗ ଓ ବିହାର ଦିଗରେ ଗତି କରୁଥିବା ସାଂସଦ ସୁରେଶ ପୂଜାରୀ ଅଭିଯୋଗ କରିଛନ୍ତି। ମଙ୍ଗଳବାର ଶ୍ରୀପୁରା ଛକରେ ବିଜେପି ଟିମକୁ ପୁଲିସ ଅଟକାଇବା ଘଟଣାକୁ ନେଇ ମଧ୍ୟ ଗଭୀର କ୍ଷୋଭ ପ୍ରକାଶ କରିଥିଲେl ବିନା କର୍ଫ୍ୟୁରେ ବିନା ନୋଟିସରେ ପ୍ରଶାସନ ଜଣେ କେନ୍ଦ୍ରମନ୍ତ୍ରୀ, ୨ ସାଂସଦଙ୍କ ସମେତ ୫ ନେତାଙ୍କୁ ୭ ଘଣ୍ଟା ଧରି କିଭଳି ଅଟକ ରଖିଲା ବୋଲି ବିଜେପି ପ୍ରଶ୍ନ କରିଛି।

ଏନେଇ ନୀତିଗତ ନିଷ୍ପତି ହୋଇଛି, ଖୁବ ଶୀଘ୍ର ଗୃହ ରାଷ୍ଟ୍ରମନ୍ତୀଙ୍କୁ ଅବଗତ କରାଯିବ ଓ ସଂସଦରେ ସ୍ବାଧୀକାର ଭଙ୍ଗ ନୋଟିସ ଆସିବ ବୋଲି ଶ୍ରୀ ସାମଲ କହିଛନ୍ତି। ତେବେ ଜିଲ୍ଲା ପ୍ରଶାସନକୁ ଟାର୍ଗେଟ କରି, ସମ୍ବଲପୁରରେ ନାଲି ଆଖି ଦେଖେଇ କେବେ ଶାନ୍ତି ଫେରିନି କି ଫେରିବନି ବୋଲି ସାଂସଦ ଶ୍ରୀ ପୂଜାରୀ କହିଛନ୍ତି। ସେପଟେ ଯେଉଁ ସରକାର ରତ୍ନ ଭଣ୍ଡାର ଚାବି ହଜେଇ ପାରୁଛନ୍ତି, ଫାଇଲ ହଜେଇ ପାରୁଛନ୍ତି, ସେ ସରକାରଠାରୁ ଅଧିକ କଣ ଆଶା କରାଯାଇପାରେ ବୋଲି ଶ୍ରୀ ସାମଲ କହିଛନ୍ତି। ଯଦି ସରକାରଙ୍କ ସତ ସାହସ ଅଛି ତେବେ ଏହି ଦଙ୍ଗାର ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯାଉ, ଫାଷ୍ଟଟ୍ରାକ କୋର୍ଟରେ ବିଚାର ହେଉ, ୨୪ ଘଣ୍ଟା ମଧ୍ୟରେ ଦେଶଦ୍ରୋହୀଙ୍କ ଜବର ଦଖଲ ଘର ଉଚ୍ଛେଦ ହେଉ, ସମ୍ବଲପୁରରୁ କର୍ଫ୍ୟୁ ଉଚ୍ଛେଦ କରାଯାଉ ଓ ନେଟୱର୍କ ରିଷ୍ଟରେସନ କରାଯାଉ ବୋଲି ବିଜେପି ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe