Odisha News Insight
ଭୁବନେଶ୍ୱର : ନବରଙ୍ଗପୁର ବନ୍ଦ ସମୟରେ କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ହିଂସାର ଆଶ୍ରୟ ନେଇଥିଲେ। ଅହିଂସା ସ୍ଳୋଗାନ ଦେଉଥିବା ୧୩୪ ବର୍ଷର କଂଗ୍ରେସ ହିଂସାକୁ ପ୍ରୋତ୍ସାହିତ କରିବା ନିନ୍ଦନୀୟ ବୋଲି କହିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର। ନବରଙ୍ଗପୁରରେ କଂଗ୍ରେସର କାଣ୍ଡକୁ ନେଇ ଏକ ପ୍ରେସ୍ ବିବୃତିରେ ସେ ଜଣାଇଛନ୍ତି କି ଜଣେ ପୂର୍ବତନ ଲୋକ ପ୍ରତିନିଧି ଭାବରେ ସାଧାରଣ ଜନତାଙ୍କ ମନରେ ଶ୍ରୀ ମାଝୀ ଯେଉଁ ଭୟର ବାତାବରଣ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର ତାଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ମହାତ୍ମା ଗାନ୍ଧୀ ସଂଖ୍ୟାଲଘୁମାନଙ୍କୁ ନାଗରିକତା ଦେବାପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ନାଗରିକତା ସଂଶୋଧନ ଆଇନ ଏହି ଉଦ୍ଦେଶ୍ୟକୁ ଚରିତାର୍ଥ କରୁଛି। ମହାତ୍ମାଗାନ୍ଧୀଙ୍କ ନୀତିରେ ବିଶ୍ବାସ ରଖୁଥିବା କଂଗ୍ରେସ ସାରା ଦେଶରେ ନିଆଁ ଲଗାଇ କୋଟି କୋଟି ଟଙ୍କାର ଜାତୀୟ ସମ୍ପତ୍ତି ନଷ୍ଟ କରିଛି। ରାଜ୍ୟବାସୀ ଏହି ଆଇନକୁ ଗ୍ରହଣ କରିଥିବା ବେଳେ କଂଗ୍ରେସ ବିରୋଧ ନାଁରେନିଜ ହିତ ସାଧନରେ ଲାଗିଛି। ଦିଲ୍ଲୀ ମୁଖିଆଙ୍କ ନିର୍ଦ୍ଦେଶରେ ପ୍ରଦୀପ ମାଝୀ ହିଂସାକାଣ୍ଡ କରି ହୀନ ରାଜନୀତି କରୁଛି ବୋଲି ସେ କହିଛନ୍ତି।
Follow Us