ନବ ଦାସ ଭୋଟର୍‌ଙ୍କୁ ଅର୍ଥ ଲୋଭ ଦେଖାଉଛନ୍ତି: ବିଜେପି

ନବ ଦାସ ଭୋଟର୍‌ଙ୍କୁ ଅର୍ଥ ଲୋଭ ଦେଖାଉଛନ୍ତି: ବିଜେପି

Odisha Sun Times

ଭୁବନେଶ୍ବର : ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ହୋଇଥିବା ନବ କିଶୋର ଦାସ ଭୋଟର୍‌ଙ୍କୁ ଅର୍ଥ ଲୋଭ ଦେଖାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଦଳ ପକ୍ଷରୁ କୁହାଯାଇଛି, ମରୁଡ଼ି ନ ଥିଲେ ବି ଆମେ ମରୁଡ଼ି ଘୋଷଣା କରିଦେବୁ ଓ ମରୁଡ଼ି ପାଇଁ ଚାଷୀଙ୍କୁ କ୍ଷତିପୂରଣ ଦେବୁ ବୋଲି କହି ଭୋଟର୍‌ଙ୍କୁ ପ୍ରଲୋଭନ‌ ଦେଖାଉଛନ୍ତି। ଗତ ୩ ତାରିଖରେ ଶ୍ରୀ ଦାସ ବମରା ବ୍ଲକ୍‌ର ତରାଇ ଗାଁରେ ଏକ ସାଧାରଣ ସଭାରେ କହିଥିଲେ ଯେ ସମ୍ବଲପୁରରେ ନଳିନୀ ପ୍ରଧାନ ଓ ବ୍ରଜରାଜନଗରରେ କିଶୋର ମହାନ୍ତିଙ୍କୁ ଜିତାଇଲେ ଏହି ପଞ୍ଚାୟତରେ ଥିବା ସମସ୍ତ ଏସ୍‌ଏଚ୍‌ଜିକୁ ଦୁଇଟି ଲେଖାଏ ପକ୍କା ଘର ଯୋଗାଇ ଦିଆଯିବ। ସେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରି ଭୋଟର୍‌ଙ୍କ ଉପରେ ଅନୁଚିତ ପ୍ରଭାବ ପକାଇଥିବାରୁ ତାଙ୍କୁ ଦଣ୍ଡିତ କରାଯିବା ଦରକାର। ଶ୍ରୀ ଦାସଙ୍କ ଭାଷଣର ଏକ ଭିଡିଓକୁ ପ୍ରମାଣ ଆକାରରେ ବିଜେପି ପକ୍ଷରୁ ସିଇଓଙ୍କୁ ଦିଆଯାଇଛି। ତୁରନ୍ତ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଯାଇଥିବା ପ୍ରତିନିଧି ଦଳ ସିଇଓଙ୍କ ନିକଟରେ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe