ଫନି ପରବର୍ତ୍ତୀ ପରିସ୍ଥିତି ମୁକାବିଲାରେ ରାଜ୍ୟ ସରକାର ବିଫଳ: ବିଜେପି

Advertisment
ଫନି ପରବର୍ତ୍ତୀ ପରିସ୍ଥିତି ମୁକାବିଲାରେ ରାଜ୍ୟ ସରକାର ବିଫଳ: ବିଜେପି

ଭୁବନେଶ୍ବର : ‘ଫନି’ ବାତ୍ୟା ହେବାର ୫ ଦିନ ପରେ ବି ରାଜ୍ୟ ସରକାର ଶୋଇଛନ୍ତି। ବର୍ତ୍ତମାନ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଦଳର ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଭିନ୍ନ ଅନୁଷ୍ଠାନର ସାର୍ଟିଫିକେଟ୍‌ ପାଇବା ପାଇଁ ମିଛ ରିପୋର୍ଟ ପ୍ରସ୍ତୁତ କରି ବିଭିନ୍ନ ସଂସ୍ଥାକୁ ପଠାଇବାରେ ଲାଗିଛନ୍ତି। କିନ୍ତୁ ଏପଟେ ସ୍ମାର୍ଟ ସିଟି ଭୁବନେଶ୍ବରରେ ସାଧାରଣ ଲୋକଙ୍କୁ ପିଇବା ପାଣି ମିଳୁ ନାହିଁ। ପୁରୀ ସହର ଭିତରେ ଆଜି ସୁଦ୍ଧା ଗଛ କଟା ହୋଇ ରାସ୍ତା ସଫା ହେ‌ାଇପାରିଲା ନାହିଁ। ପୁରୀରେ ବର୍ତ୍ତମାନ ପିଇବା ପାଣି ଦିବା ସ୍ବପ୍ନ ପାଲଟିଛି। ବ୍ରହ୍ମଗିରି, ନିମାପଡ଼ା ସମେତ ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳରେ ଏବେ ସୁଦ୍ଧା ପ୍ରଶାସନ ପିଇବା ପାଣି ଓ ରିଲିଫ୍‌ର ବ୍ୟବସ୍ଥା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ସରକାର ତୁରନ୍ତ ପୁନରୁଦ୍ଧାର କାମ ଆରମ୍ଭ କରିବା ସହ ବାସହରା ହୋଇଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ଓ ପିଇବା ପାଣି ଯୋଗାଇଦେବାକୁ ଶ୍ରୀମତୀ ସାମନ୍ତସିଂହାର ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe