ମହାରଥୀଙ୍କୁ ନବୀନ ବାବୁ ଟିକେଟ୍‌ ଦେଲେ କିପରି : ବିଜେପି

Advertisment
ବିଜେଡି ଭାଷଣବାଜିରେ ଓବିସିଙ୍କ ପ୍ରତି ମିଛ ଦରଦ ଦେଖାଇବା ବନ୍ଦ କରୁ: ବିଜେପି

Odisha Sun Times

ଭୁବନେଶ୍ବର : ପିପିଲିରେ ନିର୍ବାଚନ ଦାୟିତ୍ବ ନିର୍ବାହ କରୁଥିବା ମାଜିଷ୍ଟ୍ରେଟ୍‌ ରବି ନାରାୟଣ ପାତ୍ରଙ୍କ ଉପରେ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ଓ ତାଙ୍କ ସହଯୋଗୀମାନେ ଆକ୍ରମଣ କରିବା ଘଟଣାକୁ ନିନ୍ଦା କରିଛି ବିଜେପି। ଏହି ଘଟଣା ଘଟିବା ପରେ ରାଜ୍ୟରେ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ନେଇ ବିଜେପି ପକ୍ଷରୁ ଯେଉଁ ସନ୍ଦେହ ସୃଷ୍ଟି ହୋଇଥିଲା, ତାହା ସ୍ପଷ୍ଟ ହୋଇଛି ବୋଲି ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି, ଯଦି ରାଜଧାନୀର ମାତ୍ର ୨୫ କିମି ଦୂରରେ ଶାସକ ଦଳର ବେନିୟମ ଧରିଲେ ସରକାରୀ ଅଧିକାରୀଙ୍କ ଏପରି ଅବସ୍ଥା, ତାହା ହେଲେ ରାଜ୍ୟର ଅନ୍ୟ ନିର୍ବାଚନମଣ୍ଡଳୀର ଅବସ୍ଥା କ’ଣ ହୋଇଥିବ ? ବର୍ତ୍ତମାନ ରାଜ୍ୟରେ କେମିତି ଲୋକମାନେ ଅବାଧ ଓ ଭୟମୁକ୍ତ ପରିବେଶରେ ମତଦାନ କରିବେ, ତାହା ଅତି ଚିନ୍ତାଜନକ ହୋଇପଡ଼ିଛି। ବିଜେଡିର ମୁଖିଆ ନବୀନ ବାବୁ ସବୁବେଳେ ସ୍ବଚ୍ଛ ଭାବମୂର୍ତ୍ତି କଥା କହୁଥିବା ବେଳେ ମହାରଥୀଙ୍କ ପରି ଜଣେ ଅପରାଧିକ ମାନସିକତା ଥିବା ରାଜନେତାଙ୍କୁ କିପରି ଟିକେଟ୍‌ ଦେଲେ ? ବିଜେଡି ଅନେକ ଚିଟ୍‌ଫଣ୍ଡ୍‌ ଲୁଟେରା ଓ ମହିଳାଙ୍କୁ ଅସଦାଚରଣ କରିଥିବା ଲୋକଙ୍କୁ ଟିକେଟ୍‌ ଦେବା ପରେ ଅସଲ ଚେହେରା ଧରାପଡ଼ିଯାଇଛି। ମହାରଥୀଙ୍କ ଫାର୍ମହାଉସ୍‌ରେ ଥିବା ଟଙ୍କା ଓ ମଦ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀରେ ଥିବା ସମସ୍ତ ବିଧାନସଭା ‌େକ୍ଷତ୍ରରେ ବଣ୍ଟାଯିବା ପାଇଁ ରଖାଯାଇଥିଲା। ହେଲେ ବର୍ତ୍ତମାନ ସୁଦ୍ଧା ସେହି ଟଙ୍କା ଓ ମଦ ଜବତ କରାଯାଇପାରିଲା ନାହିଁ। ଏହାକୁ ଜବର କରିବା ପାଇଁ ସିଇଓ ତୁରନ୍ତ ପଦକ୍ଷେପ ନେବା ସହ ପୂରା ପିପିଲି ନିର୍ବାଚନମଣ୍ଡଳୀରେ ସାରା ରାତି ପୁଲିସ୍‌ ଫ୍ଲାଗ୍ ମାର୍ଚ୍ଚ କରାନ୍ତୁ ବୋଲି ବିଜେପି ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe