ପ୍ରଦୀପ ମାଝୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କ‌ଲା ବିଜେପି

ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଦାୟିତ୍ବ ନେଲେ ପ୍ରଦୀପ ମାଝୀ

The Asian Age

ଭୁବନେଶ୍ବର : ଗତ ୨୬ ତାରିଖରେ ନବରଙ୍ଗପୁର ଜିଲ୍ଲା କୋଷାଗୁଡ଼ା ନାବାଳିକା ଦୁଷ୍କର୍ମ ଘଟଣାରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ବିବାଦୀୟ ବୟାନ ଦୁଷ୍କର୍ମ ପୀଡ଼ିତାଙ୍କ ପାଇଁ ନ ଥିଲା। ନାଗରିକତା ସଂଶୋଧନ ଆଇନ ବିରୋଧରେ ଜିଲ୍ଲାରେ ବନ୍ଦ ଡାକରା ନାଁରେ ହିଂସା ଭିଆଇବା ମୂଳ ଲକ୍ଷ୍ୟ ଥିଲା ‌‌ବୋଲି ବିଜେପି ଅଭିଯୋଗ କରିଛି। ଦଳର ମୁଖପାତ୍ର ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ସାରା ଭାରତରେ ସିଏଏ ବିରୋଧରେ ନିଆଁ ଲଗାଯାଇ ରାଷ୍ଟ୍ରୀୟ ସମ୍ପତ୍ତିକୁ ନଷ୍ଟ କରାଯାଉଛି। ସେହି କ୍ରମରେ ପ୍ରଦୀପ ମାଝୀ ରାଜ୍ୟରେ ନିଆଁ ଲଗାଇ ଲୋକଙ୍କ ମନରେ ହିଂସା ଓ ଭୟର ବାତାବରଣ ସୃଷ୍ଟି କରିବାକୁ ପ୍ରୟାସ କରିଥିଲେ। ଶ୍ରୀ ମାଝୀଙ୍କ ବୟାନକୁ ପିସିସି ସଭାପତି ଅତି ହାଲୁକା ଭାବେ ନେବା ଦୁର୍ଭାଗ୍ୟଜନକ।

ଶ୍ରୀ ମହାପାତ୍ର ଆହୁରି କହିଛନ୍ତି, ମହାତ୍ମା ଗାନ୍ଧୀ ସଂଖ୍ୟାଲଘୁମାନଙ୍କୁ ନାଗରିକତା ଦେବା ପାଇଁ କହିଥିବା ବେଳେ କଂଗ୍ରେସ ଦେଶବାସୀଙ୍କୁ ଭ୍ରମିତ କରି ହୀନ ରାଜନୀତି କରି ଚାଲିଛି। ଗାନ୍ଧୀଙ୍କ ଆଦର୍ଶରେ ପରିଚାଳିତ କଂଗ୍ରେସ ଦଳ ପ୍ରଦୀପ ମାଝୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଘଟଣା ସ୍ପଷ୍ଟ କରୁଛି ଯେ ସୋନିଆ ଓ ରାହୁଲ ଗାନ୍ଧୀଙ୍କ ଇଙ୍ଗିତରେ ପ୍ରଦୀପ ମାଝୀ ଓଡ଼ିଶାକୁ ଅଶାନ୍ତ କରିବା ପାଇଁ ଚେଷ୍ଟା କରୁଥିଲେ। ଓଡ଼ିଶାର ଶାନ୍ତି ପ୍ରିୟ ଜନତାଙ୍କୁ ବିଭ୍ରାନ୍ତ କରି କଂଗ୍ରେସ ହିଂସା ଭିଆଇବା ପାଇଁ ନିଜ କାର୍ଯ୍ୟକର୍ତ୍ତାଙ୍କୁ ଉସ୍‌କାଇବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe