କାମଚଳା ବଜେଟ ଉପସ୍ଥାପନ କରି ସରକାର ନିଜ ଅପାରଗତାକୁ ପ୍ରମାଣିତ କରିଛନ୍ତି: ବିଜେପି

ଭାରତୀୟ ଅର୍ଥ ବ୍ୟବସ୍ଥା ଭବିଷ୍ୟତ ଉଜ୍ଜ୍ୱଳ: ସମୀର ମହାନ୍ତି

Odisha Sun Times

ଭୁବନେଶ୍ବର : ଆର୍ଥିକ ପରିଚାଳନାରେ ରାଜ୍ୟ ସରକାରଙ୍କ ସଂପୂର୍ଣ୍ଣ ବିଫଳତା ବୁଧବାର ଦିନ ଉପସ୍ଥାପିତ ହୋଇଥିବା ବଜେଟ୍‌ରେ ପ୍ରତିଫଳିତ ହୋଇଛି। ରାଜ୍ୟ ସରକାରଙ୍କ ବଜେଟରେ କୌଣସି ନୂତନତ୍ବ ନାହିଁ। ରାଜ୍ୟ ସରକାରଙ୍କ ଆର୍ଥିକ ବିଶୃଙ୍ଖଳା ଚରମ ସୀମାରେ ପହଞ୍ଚିଛି। ହେଲେ ଏଫ୍‌ଆରବିଏମ୍‌ ଆଇନକୁ ଠିକଣା ଭାବେ ପାଳନ କରାଯାଉଛି ବୋଲି ରାଜ୍ୟ ସରକାର ମିଛରେ ଡିଣ୍ଡିମ ପିଟୁଛନ୍ତି। ତେଣୁ ଆଜି ଉପସ୍ଥାପିତ ହୋଇଥିବା ରାଜ୍ୟ ବଜେଟ ସଂପୂର୍ଣ୍ଣ ଦିଶାହୀନ, ଗତିହୀନ ବଜେଟ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

ଶ୍ରୀ ମହାନ୍ତି ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ ୪ ମାସିଆ କାମଚଳା ବଜେଟ ଉପସ୍ଥାପନ କରି ରାଜ୍ୟ ସରକାର ନିଜ ଅପାରଗତାକୁ ପୁଣିଥରେ ପ୍ରମାଣିତ କରିଛନ୍ତି। ରାଜ୍ୟରେ ଶିଳ୍ପ କ୍ଷେତ୍ର ପ୍ରାୟ ସୁପ୍ତ ଅବସ୍ଥାରେ। ନିଯୁକ୍ତି ସୃଷ୍ଟି ଶୂନ୍ୟ, ଭିତ୍ତିଭୂମି ବିକାଶ ପାଇଁ କୌଣସି ଯୋଜନା ନ ଥିବା ବେଳେ କେଉଁ ଆଧାରରେ ୨୦୨୨/୨୩ ଆର୍ଥିକ ବର୍ଷରେ ରାଜ୍ୟର ମୋଟ ଘରୋଇ ଉତ୍ପାଦ ଅଭିବୃଦ୍ଧି କିଭଳି ୧୨ ପ୍ରତିଶତରୁ ଅଧିକ ରହିବ। ଏଥିରେ ସ୍ପଷ୍ଟତା ନ ଥାଇ ‘ନୂତନ ଓଡ଼ିଶା, ସଶକ୍ତ ଓଡ଼ିଶା’ ଗଠନର ଗୋଲାପି ଚିତ୍ର ଦେଖାଇବାର ପ୍ରୟାସ କରାଯାଇଛି। ୨୦୦୦ ମସିହାରେ ରାଜ୍ୟର ଋଣଭାର ୧୮ହଜାର କୋଟି ଟଙ୍କା ଥିବା ବେଳେ ଏବେ ଋଣ ପରିମାଣ ୧ଲକ୍ଷ ୬୭ହଜାର ୨୦୬ କୋଟିରେ ପହଞ୍ଚିଛି।

ବେତନ, ପେନସନ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ସମ୍ବଳ ଅଭାବ ଥଇବା ବେ‌ଳେ ନିଜସ୍ବ ଆର୍ଥିକ ଅଭିବୃଦ୍ଧି ପାଇଁ ପ୍ରଚେଷ୍ଟା କରାଯାଇ ନାହିଁ। ପଞ୍ଚାୟତିରାଜ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଜଳସଂପଦ ବିଭାଗ ପାଇଁ ବଜେଟରେ ଥିବା ବ୍ୟୟବରାଦ ଅର୍ଥ ଠିକଣା ଭାବେ ଖର୍ଚ ହୋଇପାରି ନାହିଁ। ରାଜ୍ୟ ବଜେଟ ସଂପୂର୍ଣ୍ଣଭାବେ କେନ୍ଦ୍ରୀୟ ଅନୁଦାନ ଓ ଋଣ ଉପରେ ନିର୍ଭରଶୀଳ। ନିଜସ୍ବ ସମ୍ବଳର ଅଭାବ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହୋଇପାରିନାହିଁ, ଯାହାକି ଅତ୍ୟନ୍ତ ଲଜ୍ଜାଜନକ। ୨୨ବର୍ଷର ଶାସନ ପରେ ରାଜ୍ୟରେ ଯେଉଁଭଳି ଆର୍ଥିକ ପ୍ରଗତି ହେବା କଥା ତାହା ହୋଇପାରିନାହିଁ ‌ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe