ରାଜନୈତିକ ହିଂସା ନେଇ ବିଜେପିର ଫେରାଦ

Advertisment
ରାଜନୈତିକ ହିଂସା ନେଇ ବିଜେପିର ଫେରାଦ

ଭୁବ‌େନଶ୍ବର : ରାଜ୍ୟରେ ରାଜନୈତିକ ହିଂସା ବୃଦ୍ଧି ପାଉଛି ବୋଲି ଅଭିଯୋଗ କରି ବିଜେପି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଫେରାଦ ହୋଇଛି। ଦଳ ପକ୍ଷରୁ ଅଭିଯୋଗ କରାଯାଇଛି, ବିଜେଡି ନେତା ଓ ଗୁଣ୍ଡାମାନେ ଆତଙ୍କରାଜ ଚଳାଇ ବିଜେପି ପ୍ରାର୍ଥୀ ଓ କର୍ମୀଙ୍କୁ ଆକ୍ରମଣ କରୁଛନ୍ତି। କିନ୍ତୁ ସିଇଓ ନିରବଦ୍ରଷ୍ଟା‌ ସାଜିଛନ୍ତି, ଯେଉଁଥି ପାଇଁ କି ଆତଙ୍କରାଜ ଦିନକୁ ଦିନ ବଢ଼ୁଛି। ରାଜ୍ୟରେ ଦ୍ବିତୀୟ ପର୍ଯ୍ୟ‌ାୟ ଭୋଟ୍‌ ପ୍ରକ୍ରିୟା ଚାଲିଥିବା ବେଳେ ବିଜୁ ଯୁବ ବାହିନୀ ସୋରଡ଼ା, ଭଞ୍ଜନଗର, ବିଜେପୁର, ବ୍ରଜରାଜନଗର, ଭଟଲି ନିର୍ବାଚନମଣ୍ଡଳୀର ଅନେକ ବୁଥ୍‌ରେ ଆତଙ୍କରାଜ କରିଛନ୍ତି। ତୁରନ୍ତ ଏହିସବୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି। ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଯାଇଥିବା ପ୍ରତିନିଧି ଦଳରେ ରମାରଞ୍ଜନ ବଳିୟାରସିଂହ, ସୁରଥ ବିଶ୍ବାଳ ଓ ଜୟନ୍ତ ଜେନା ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe