ନୀଳମଣି ବିଶୋଇଙ୍କୁ ଗିରଫ ପ୍ରତିବାଦରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି

Advertisment
ନୀଳମଣି ବିଶୋଇଙ୍କୁ ଗିରଫ ପ୍ରତିବାଦରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି

ଭୁବନେଶ୍ବର : ଗୁରୁବାର ସୋରଡ଼ାର ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଶୋଇଙ୍କୁ ଇଭିଏମ୍‌ ଭାଙ୍ଗିବା ଅଭିଯୋଗରେ ଗିରଫ କରିବା ଘଟଣାକୁ ପ୍ରତିବାଦ କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି। ବିଜେପି ଅଭିଯୋଗ କରିଛି ଯେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ଗଞ୍ଜାମ ପୁଲିସ ଓ ଜିଲ୍ଲାପାଳ ବିନା ତଦନ୍ତରେ ନୀଳମଣିଙ୍କୁ ଗିରଫ କରିଛି। ଏହି ବୁଥ୍‌ରେ ଦିନସାରା ରିଗିଂ ଚାଲିଥିବାବେଳେ ସେଠାରେ ବିଜେପି ଏଜେଣ୍ଟମାନଙ୍କୁ ପୋଲିଂ କେନ୍ଦ୍ରରୁ ବାହାର କରିଦିଆଯାଇଥିଲା। ବିଜେଡି କର୍ମୀମାନେ ଇଭିଏମ୍‌ ମେସିନ୍‌କୁ ତଳେ ଫୋପାଡ଼ି ଭାଙ୍ଗି ଦେଇଥିଲେ। ଅଥଚ ପୁଲିସ ସେମାନଙ୍କୁ ଗିରଫ ନକରି ବିଜେପି ନେତାଙ୍କୁ ଗିରଫ କରିଛି। ବିଜେପିକୁ ବଦନାମ୍‌ କରିବା ପାଇଁ ବିଜେଡି ଯୋଜନାବଦ୍ଧ ଭାବେ ଷଡଯନ୍ତ୍ର କରୁଛି ବୋଲି ବିଜେପି ଉପସଭାପତି ସମୀର ମହାନ୍ତି ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe