ଜଟଣୀରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା କରିବା ଘଟଣା : ପୀଡ଼ିତା ପରିବାରକୁ ଭେଟିଲା ବିଜେପି ପ୍ରତିନିଧି ମଣ୍ଡଳୀ

Advertisment
ଜଟଣୀରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା କରିବା ଘଟଣା : ପୀଡ଼ିତା ପରିବାରକୁ ଭେଟିଲା ବିଜେପି ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ମୁଣ୍ଡିଆସାହିରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାବି କରିଛନ୍ତି। ଏହି ଘଟଣାେର ଅଭିଯୁକ୍ତ ବିଜୁ ଜନତା ଦଳର ସମର୍ଥକଙ୍କ ଘରେ ରହୁଥିବା କାରଣରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ରାଜ୍ୟରେ ନାବାଳିକାମାନଙ୍କ ଉପରେ ବଢ଼ିଚାଲିଥିବା ଅତ୍ୟାଚାର ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ବିଷୟ। ଏ ନେଇ ଶିଶୁର ସମ୍ପର୍କୀୟମାନେ ୪ ଘଣ୍ଟା ଗୁହାରୀ କଲା ପରେ ବି ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପଟେ, ଆଜି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତିନିଧି ଦଳ ଘଟଣାସ୍ଥଳକୁ ଯାଇ ପୀଡ଼ିତାର ପରିବାରକୁ ଭେଟିଛନ୍ତି। ଏହି ଘଟଣାରେ ପୁଲିସର ପାରିବାପଣିଆ ନେଇ ପ୍ରଶ୍ନ ଉଠାଇବା ସହ ପୋଲିସ କମିସନରଙ୍କୁ ଭେଟି ୮ ଘଣ୍ଟା ଭିତରେ ଅଭିଯୁକ୍ତ ଟୁନା ସ୍ବାଇଁଙ୍କୁ ଗିରଫ କରିବା ସହ ଜଟଣୀ ଥାନା ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ପ୍ରତିନିଧି ମଣ୍ଡଳୀ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe