ବରଗଡ଼: ମୃତ ବୃନ୍ଦାବନ ସାହୁଙ୍କ ପରିବାରକୁ ଭେଟିଲେ ବିଜେପି ଟିମ୍‌

Advertisment
ବଢୁଛି ବସନ୍ତଙ୍କ ଅଡ଼ୁଆ: ବାଟ ଓଗାଳୁଛନ୍ତି ଦଳୀୟ ନେତା

ବରଗଡ଼: ଆଜି ସକାଳେ ନବ ନିର୍ମାଣ କୃଷକ ସଙ୍ଗଠନର ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର ବରଗଡ କଳାପାଣିରେ ପହଞ୍ଚି ମୃତ ଚାଷୀ ବୃନ୍ଦାବନ ସାହୁଙ୍କ ପରିବାରୁ ଭେଟିବା ପରେ ପରେ ବରଗଡ଼ରେ ପହଞ୍ଚିଛି ବିଜେପି ଟିମ୍‌। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତନିଧି ଦଳ ବରଗଡ ଯାଇ ସ୍ୱର୍ଗତ ସାହୁଙ୍କ ପରିବାରକୁ ଭେଟିଛନ୍ତି। ବିଜେପି ପ୍ରତିନିଧି ଦଳ ସରକାର ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରୁ ବୋଲି ଦାବି କରିଛନ୍ତି। ସେହିପରି ସରକାର ଶ୍ରୀ ସାହୁଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେଉ ବୋଲି ଦାବି କରିବା ସହିତ ବିଜେପି ସ୍ୱର୍ଗତ ସାହୁଙ୍କ ଝିଅର ପାଠପଢ଼ା ବ୍ୟବସ୍ଥା କରିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe