ବୁଲ୍‌ବୁଲ୍‌ ପ୍ରଭାବିତ ଅଞ୍ଚଳ ଗସ୍ତ କଲା ବିଜେପି ପ୍ରତିନିଧି ଦଳ

ବାତ୍ୟା ‘ବୁଲ୍‌ବୁଲ୍‌’ ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି: କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ବର : ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ରେ ରାଜ୍ୟର କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜ ଆଦି ୬ଟି ଜିଲ୍ଲା ପ୍ରଭାବିତ ହୋଇଛି। ଆଜି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ବରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ କେନ୍ଦ୍ରାପଡ଼ା ଜିଲ୍ଲାର ବାତ୍ୟା ପ୍ରଭାବିତ ରାଜନଗର, ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ ଆଦି ଅଞ୍ଚଳ ବୁଲି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ଲୋକଙ୍କ ସହ ଆଲୋଚନା କଲା ପରେ ପ୍ରତିନିଧି ଦଳ କହିଛନ୍ତି, ଜିଲ୍ଲା ପ୍ରଶାସନ ଲୋକଙ୍କୁ ଯଥେଷ୍ଟ ପାନୀୟ ଜଳ ଯୋଗାଣ, ରାସ୍ତାଘାଟକୁ ବ୍ୟବସ୍ଥିତ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏପରିକି ରିଲିଫ୍ ଆକାରରେ କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିନି। ଏପରି ସମୟରେ ରାଜ୍ୟ ସରକାର ବିଳମ୍ବ ନ କରି ସମସ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରିବାକୁ ବିଜେପି ଦାବି କରିଛି।

ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଛନ୍ତି, ପ୍ରାଥମିକ ଆକଳନ ଅନୁଯାୟୀ ପ୍ରଭାବିତ ଜିଲ୍ଲାଗୁଡ଼ିକର ପ୍ରାୟ ୩ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ଏସବୁ ହେଉଛି ଥୋଡ଼ୁଓ ଧାନ। ଥୋଡ଼ୁଅ ସମୟରେ ବର୍ଷା ହେବା ଫଳରେ ଧାନ ଫସଲ ନଷ୍ଟ ହୋଇଯାଇଛି। ରାଜ୍ୟ ସରକାର ତୁରନ୍ତ ସେମାନଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିବାକୁ ସେ ଦାବି କରିଛନ୍ତି। ଏହି ପ୍ରତିନିଧି ଦଳରେ କେନ୍ଦ୍ରୀୟ କୃଷକ ମୋର୍ଚ୍ଚାର ଉପସଭାପତି ମହେଶ ସାହୁ, ରାଜ୍ୟ କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ସୁରଥ ବିଶ୍ବାଳ, କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଦୁର୍ଯ୍ୟୋ‌ଧନ ସାହୁ, ଭୁବନ ମୋହନ ଜେନା ଓ ଦୋଳଗୋବିନ୍ଦ ନାୟକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe