କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ଆଜି ବିଜେପି ଦୁଇଟି ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଆନନ୍ଦପୁର ନିର୍ବାଚନମଣ୍ଡଳୀ ପାଇଁ ଆଲୋକ ସେଠୀ ଓ କେନ୍ଦୁଝର ନିର୍ବାଚନମଣ୍ଡଳୀ ପାଇଁ ମୋହନ ମାଝୀଙ୍କ ନାମ ଦଳ ଘୋଷଣା କରିଛି। ୨୦୦୦ ବିଧାନସଭା ନିର୍ବାଚନ ସମୟରୁ ମୋହନ ମାଝୀ କେନ୍ଦୁଝର ନିର୍ବାଚନମଣ୍ଡଳୀରୁ ବଜେପି ପ୍ରାର୍ଥୀ ହୋଇଆସୁଛନ୍ତି। ୨୦୦୦ ଓ ୨୦୦୪ରେ ବିଜେଡି-ବିଜେପି ମେଣ୍ଟ ଥିବାବେଳେ ସେ ବିଜୟୀ ହୋଇ ବିଧାୟକ ହୋଇଥିଲେ। ମେଣ୍ଟ ଭାଙ୍ଗିବା ପରେ ୨୦୦୯ ଓ ୨୦୧୪ ନିର୍ବାଚନରେ ମୋହନ ପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ୨୦୧୯ ନିର୍ବାଚନରେ ବିଜେଡିର ପ୍ରବଳ ହାୱା ସତ୍ତ୍ବେ ସେ କେନ୍ଦୁଝର ଜିଲ୍ଲାର ଏକମାତ୍ର ବିଜେପି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ଏଥର ନିର୍ବାଚନରେ ବିଜେପି ପୁଣି ମୋହନଙ୍କୁ ପ୍ରାର୍ଥୀ କରିଛି। ସେହିପରି ଆନନ୍ଦପୁର ନିର୍ବାଚନମଣ୍ଡଳୀରୁ ତୃତୀୟ ଥର ପାଇଁ ବିଜେପି ପ୍ରାର୍ଥୀ ହୋଇଛନ୍ତି ଆଲୋକ ସେଠୀ। ଏଠାରେ ସାଧାରଣତଃ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହୋଇଥାଏ। ବିଜେପି ତୃତୀୟ ସ୍ଥାନରେ ଥାଏ। ୨୦୧୪ ନିର୍ବାଚନରେ ଶ୍ରୀ ସେଠୀ ୧୨ ହଜାର ୬୬୪ ଖଣ୍ଡ ଭୋଟ ପାଇଥିବା ବେଳେ ୨୦୧୯ରେ ୩୧ ହଜାର ୫୫୪ ଖଣ୍ଡ ଭୋଟ ପାଇଥିଲେ। ଏଥର ପୁଣି ବିଜେପି ଆଲୋକଙ୍କ ଉପରେ ଭରସା କରି ତାଙ୍କୁ ପ୍ରାର୍ଥୀ କରିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us