ସିଏଏ ପ୍ରସଙ୍ଗରେ ଲୋକଙ୍କ ନିକଟକୁ ଯିବ ବିଜେପି: ଧର୍ମେନ୍ଦ୍ର

Advertisment

ଜଣେ ବି ଭାରତୀୟ ନାଗରିକ ପ୍ରଭାବିତ ହେବେ ନାହିଁ, ବିରୋଧୀ ଦଳ ଗୁଜବ ସୃଷ୍ଟି କରି ମୁସଲ୍‌ମାନମାନଙ୍କୁ ଭୟଭୀତ କରାଉଛନ୍ତି

ଜଣେ ବି ଭାରତୀୟ ନାଗରିକ ପ୍ରଭାବିତ ହେବେ ନାହିଁ, ବିରୋଧୀ ଦଳ ଗୁଜବ ସୃଷ୍ଟି କରି ମୁସଲ୍‌ମାନମାନଙ୍କୁ ଭୟଭୀତ କରାଉଛନ୍ତି

ସିଏଏ ପ୍ରସଙ୍ଗରେ ଲୋକଙ୍କ ନିକଟକୁ ଯିବ ବିଜେପି: ଧର୍ମେନ୍ଦ୍ର

ଭୁବନେଶ୍ବର : ନାଗରିକତା ସଂଶୋଧନ ଆଇନ(ସିଏଏ) ଉପରେ ବ୍ୟାପକ ଜନ‌ସଚେତନତା ସୃଷ୍ଟି କରିବା ନିମନ୍ତେ ବି‌ଜେପି ପକ୍ଷରୁ ମାସେ ବ୍ୟାପୀ ଓଡ଼ିଶା ସମେତ ସାରା ଦେଶରେ ଜନସମ୍ପର୍କ କ‌ାର୍ଯ୍ୟକ୍ରମ ଆରମ୍ଭ କରାଯିବ। ବିଜେପିର କାର୍ଯ୍ୟକର୍ତ୍ତା ଓ ପ୍ରତିନିଧିମାନେ ଓଡ଼ିଶାର ୧ କୋଟି ଲୋକଙ୍କ ସହ ସମ୍ପର୍କ କରି ଏ ବିଷୟରେ ସ‌େଚତନ କରାଇବେ। ଏଥିପାଇଁ ଜିଲ୍ଲା ଓ ରାଜ୍ୟସ୍ତରରେ ଗାଁ, ପଞ୍ଚାୟତ ଓ ସହରମାନଙ୍କରେ ଜନସଭା, ବୁଦ୍ଧିଜୀବୀ ସମ୍ମିଳନୀ ଓ ଶୋଭାଯାତ୍ରା ଆୟୋଜନ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ନାଗରିକକତା ସଂଶୋଧନ ଆଇନ ଉପରେ ବିଜେପିର ଏକ ରାଜ୍ୟସ୍ତରୀୟ କର୍ମଶାଳା ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜନ କରାଯାଇଥିଲା। ଏଥିରେ ଶ୍ରୀ ପ୍ରଧାନ ଯୋଗ ଦେଇ ସିଏଏ ଉପରେ ସବିଶେଷ ଆଲୋଚନା କରିଥିଲେ। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ କହିଲେ, ସିଏଏ କାହା ବିରୋଧରେ ନୁହେଁ, ୩ଟି ଦେଶର ସଂଖ୍ୟାଲଘୁଙ୍କୁ ଭାରତ ସହ ଯୋଡ଼ିବାର ବ୍ୟବସ୍ଥା। ସିଏଏ ଭାରତର ପଡ଼ୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଧାର୍ମିକ ରୂପେ ନିର୍ଯାତନାର ଶିକାର ହୋଇ ଭାରତକୁ ଆସିଥିବା ସେହି ଦେଶର ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରିବ। ସମ୍ବିଧାନର ଧାରା ୧୪କୁ ସିଏଏ ଉଲ୍ଲଂଘନ କରୁ ନାହିଁ। କାରଣ ସମ୍ବିଧାନର ଧାରା ୧୪ରେ ଭାରତୀୟ ନାଗରିକ ସମ୍ପର୍କରେ ଲେଖାଯାଇଛି। ୧୯୪୭ ମସିହାରେ ଧାର୍ମିକ ଅ‌ାଧାରରେ ଦେଶ ବିଭାଜନ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସିଏଏ ଏକ ସାହାସିକ ପଦ‌େକ୍ଷପ। କିନ୍ତୁ ବିରୋଧୀ ଦଳ ବିଶେଷ ଭାବେ କଂଗ୍ରେସ ଦଳ ଅସହିଷ୍ଣୁ ହୋଇ ଦେଶରେ ଅରାଜକତା ସୃଷ୍ଟି କରିବାକୁ ଅପଚେଷ୍ଟା କରୁଛି। ଗଣତନ୍ତ୍ରରେ ବାଦବିବାଦ, ତର୍କବିତର୍କର ସ୍ଥାନ ଅଛି। କିନ୍ତୁ ହିଂସାର ସ୍ଥାନ ନାହିଁ ବୋଲି କହିଥିଲେ।

ଶ୍ରୀ ପ୍ରଧାନ ଆହୁରି କହିଲେ, ଯଦି କଂଗ୍ରେସ ଧର୍ମ ଆଧାରରେ ଦେଶର ବିଭାଜନ କରି ନ ଥା’ନ୍ତା, ତେବେ ଏହି ଆଇନର ଆବଶ୍ୟକତା ପଡ଼ି ନ ଥା’ନ୍ତା। ଭାରତ ବିଭାଜନ ପରେ ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପରସ୍ପରଙ୍କ ଦେଶରେ ଥିବା ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ଏକ ଚୁକ୍ତି ହୋଇଥିଲା, ଯାହା ନେହରୁ-ଲିଆକତ ଚୁକ୍ତି ନାମରେ ପରିଚିତ। ଏହି ଚୁକ୍ତି ଅନୁସାରେ ଉଭୟ ଦେଶ ନିଜ ନିଜ ଦେଶରେ ରହୁଥିବା ସଂଖ୍ୟାଲଘୁମାନଙ୍କ ବିଷୟରେ ଚିନ୍ତା କରିବେ ବୋଲି କୁହାଯାଇଥିଲା। ଏହି ଚୁକ୍ତିକୁ ଭାରତ ପାଳନ କଲା। ହେଲେ ପାକିସ୍ତାନ ପାଳନ କଲା ନାହିଁ। ତେଣୁ ଦେଶ ବିଭାଜନ ବେଳେ ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ସଂଖ୍ୟା ୨୩ ପ୍ରତିଶତରୁ ଅଧିକ ଥିବାବେଳେ ସେଠାରେ ଲଗାତର ଧାର୍ମିକ ଆଧାରରେ ନିର୍ଯାତନା କାରଣରୁ ସଂଖ୍ୟାଲଘୁମାନଙ୍କ ସଂଖ୍ୟା ଦୁଇ ପ୍ରତିଶତରୁ କମ୍‌ରେ ପହଞ୍ଚି ସାରିଛି। ଦେଶକୁ ଧାର୍ମିକ ଆଧାରରେ ବିଭାଜନ କରାଯାଇଥିବା କାରଣରୁ ଭାରତରୁ ଅଲଗା ହୋଇ ଇସଲାମିକ ଦେଶ ନିର୍ମାଣ ହୋଇଥିବାରୁ ସେଠାରେ ଧାର୍ମିକ ଆଧାରରେ ନିର୍ଯାତନାର ଶିକାର ହୋଇଥିବା ସଂଖ୍ୟାଲଘୁମାନଙ୍କୁ ନାଗରିକତା ପ୍ରଦାନ କରିବା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବା ଭାରତର ନୈତିକ ଦାୟିତ୍ବ।

ଶ୍ରୀ ପ୍ରଧାନ କହିଲେ, ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଗୁଜବ ସୃଷ୍ଟି କରାଯାଉଛି ଯେ ମୁସଲ୍‌ମାନମାନଙ୍କଠାରୁ ନାଗରିକତା ଛଡ଼ାଇ ନିଆଯିବ। କିନ୍ତୁ ଏଥିରେ କୌଣସି ସତ୍ୟତା ନାହିଁ। ଏହି ଆଇନରେ କାହାରି ନାଗକରିତା ଛଡ଼ାଇ ନେବାର ବ୍ୟବସ୍ଥା ନାହିଁ। ଏହା ଭାରତୀୟ ନାଗରିକଙ୍କ ପାଇଁ ଲାଗୁ ହେଉ ନାହିଁ। ଭାରତର ଜଣେ ବି ନାଗରିକ ଏହା ଦ୍ବାରା ପ୍ରଭାବିତ ହେବାର ଆଶଙ୍କା ନାହିଁ। ତେଣୁ ଏଥିରେ କେହି ଭୟଭୀତ ନ ହେବାକୁ ‌େକନ୍ଦ୍ର ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ଉପସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe