୭୦୦ ଜିଲ୍ଲାର ଚାଷୀଙ୍କ ନିକଟରେ ପହଂଚି କୃଷି ଆଇନ୍‌ ସପକ୍ଷରେ ବୁଝାଇବ ବିଜେପି

Advertisment
୭୦୦ ଜିଲ୍ଲାର ଚାଷୀଙ୍କ ନିକଟରେ ପହଂଚି କୃଷି ଆଇନ୍‌ ସପକ୍ଷରେ ବୁଝାଇବ ବିଜେପି

ଭୁବନେଶ୍ୱର: ଦେଶର ନୂଆ କୃଷି ଆଇନ୍‌ ସପକ୍ଷରେ ପ୍ରଚାର କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ୭୦୦ ଜିଲ୍ଲାର ଚାଷୀମାନଙ୍କ ନିକଟକୁ ପହଂଚିବ। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ବିଜେପି ସାମ୍ବାଦିକ ଓ ଚାଷୀଙ୍କ ସହ ଆଲୋଚନା କରିବ।

ବିଜେପି ମୁଖପାତ୍ର କହିଛନ୍ତି, କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଅଶାନ୍ତି ସୃଷ୍ଟି କରୁଛନ୍ତି, ଯାହାଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ, ସେମାନେ ଏପରି କରୁଛନ୍ତି। ପ୍ରକୃତରେ କହିବାକୁ ଗଲେ ସେମାନଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ। ସେମାନେ ଚାଷୀମାନଙ୍କର ମଙ୍ଗଳ ଚାହୁଁ ନାହାନ୍ତି।

ସୂଚନାଯୋଗ୍ୟ, ନୂଆ କୃଷି ଆଇନ୍‌ ବିରୋଧରେ ଦେଶର ୩୦ରୁ ଉର୍ଦ୍ଧ୍ୱ ଚାଷୀ ସଂଗଠନ ଗତ ନଭେମ୍ବର ୨୬ ତାରିଖ ଠାରୁ ଦିଲ୍ଲୀ ସୀମାରେ ଅନ୍ଦୋଳନ ଜାରି ରଖିଛନ୍ତି। ଏହାରି ମଧ୍ୟରେ କେନ୍ଦ୍ର ସରକାର ଓ ଚାଷୀ ନେତାମାନେ ୫ଟି ପର୍ଯ୍ୟାୟରେ ଆଲୋଚନା କରି ସାରିଛନ୍ତି। କିନ୍ତୁ ଫଳାଫଳ କିଛି ବାହାରି ପାରି ନାହିଁ। ଆଲୋଚନା ସଫଳ ନ ହେବାରୁ ଗତ ୮ ତାରିଖରେ ଭାରତ ବନ୍ଦ ପାଳନ ହୋଇଥିଲା। ପୁଣି ଆଗାମୀ ୧୪ ତାରିଖରେ ମଧ୍ୟ ଦେଶବ୍ୟାପୀ ଆନ୍ଦୋଳନ ହେବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe