ରାଜ୍ୟ ବିଜେପି ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ : ସିଏଏକୁ ସମର୍ଥନରେ ଓଡ଼ିଶାରୁ କରାଯିବ ୧୦ ଲକ୍ଷ ଟୁଇଟ୍‌

Advertisment
ରାଜ୍ୟ ବିଜେପି ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ : ସିଏଏକୁ ସମର୍ଥନରେ ଓଡ଼ିଶାରୁ କରାଯିବ ୧୦ ଲକ୍ଷ ଟୁଇଟ୍‌

YouTube

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗରିକତା ସଂଶୋଧନ ଆଇନ(ସିଏଏ) ସମ୍ବନ୍ଧରେ ସଚେତନତା ବାର୍ତ୍ତା ଦେଇ ଟୁଇଟର୍‌ରେ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଗାମୀ ୧୫ ଦିନରେ ଓଡ଼ିଶାରେ ସୋସିଆଲ୍‌ ମିଡିଆ ଟୁଇଟର୍‌ ମାଧ୍ୟମରେ ‘ଓଡ଼ିଶା ସପୋର୍ଟ ସିଏଏ’ କ୍ୟାମ୍ପେନ୍ କରାଯିବାର ଲକ୍ଷ୍ୟ ରଖାଯାଇଛି। ସିଏଏର ସମର୍ଥନ କରି ଓଡ଼ିଶାରେ ୧୦ ଲକ୍ଷ ଟୁଇଟ୍‌ କରାଯିବା ସହ ଏହି ଆଇନ୍ ସମ୍ବନ୍ଧରେ ସାଧାରଣ ଜନତାଙ୍କୁ ଅବଗତ କରାଯିବ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ଶ୍ରୀ ହରିଚନ୍ଦନ କହିଛନ୍ତି, ସିଏଏ ଦ୍ବାରା କୌଣସି ଭାରତୀୟଙ୍କ ଅଧିକାର କ୍ଷୁର୍ଣ୍ଣ ହେବନି। ବରଂ ଭାରତର ପଡ଼ୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଧାର୍ମିକ ରୂପେ ନିର୍ଯାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା‌ ଏହି ଆଇନ୍‌ରେ ରହିଛି। ବିରୋଧୀ କଂଗ୍ରେସ ସମେତ କିଛି ଆଞ୍ଚଳିକ ଦଳ ଏହି ଆଇନ ବିରୋଧରେ କୁପ୍ରଚାର କରି ଦେଶର ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି।

ଶ୍ରୀ ହରିଚନ୍ଦନ ଆହୁରି କହିଥିଲେ, ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଆକ୍ରମଣ କରାଯାଉଛି। ଏସ୍‌ପ୍ଲ‌ାନେଡ୍‌ ସପିଙ୍ଗ୍ ମଲ୍‌ରେ ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ କରାଗଲା ତାହା ଅତ୍ୟନ୍ଦ ନିନ୍ଦନୀୟ। ସେହି ମଲ୍‌ରେ ବେଆଇନ୍ ପାର୍କିଙ୍ଗ୍ ଉପରେ ବିଡିଏ ରୋକ୍ ଲଗାଇବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe