ଭୋଟ ଗଣତିର ଟ୍ରେଣ୍ଡ ଅନୁଯାୟୀ ଓଡ଼ିଶାର ଏହି ବିଜେପି ହେଭିୱଟ୍ ପଛୁଆ ଅଛନ୍ତି

Advertisment
ଭୋଟ ଗଣତିର ଟ୍ରେଣ୍ଡ ଅନୁଯାୟୀ ଓଡ଼ିଶାର ଏହି ବିଜେପି ହେଭିୱଟ୍ ପଛୁଆ ଅଛନ୍ତି

ଭୁବନେଶ୍ୱର : ଆଜି ଚାଲିଥିବା ଭୋଟ ଗଣତିର ଟ୍ରେଣ୍ଡ ଅନୁଯାୟୀ ଓଡ଼ିଶାର ବିଜେପିର କେତେକ ବଡ଼ ଚେହେରା ପଛରେ ପଡ଼ିଯାଇଛନ୍ତି। ଏମାନଙ୍କ ଭିତରେ ପୂର୍ବତନ ମନ୍ତ୍ରୀ ସମୀର ଦେ କଟକ-ବାରବାଟୀ ଆସନରେ ପଛରେ ପଡ଼ିଯାଇଛନ୍ତି। ଠିକ୍ ସେହିପରି ବିଜେପିର ଉପସଭାପତି ନୟନ କିଶୋର ମହାନ୍ତି ମଧ୍ୟ କଟକ-ଚୌଦ୍ବାର ନିର୍ବାଚନ ମଣ୍ଡଳୀରେ ଢ଼େର ପଛରେ ଥିବା କୁହାଯାଉଛି।

ଠିକ୍ ସେହିପରି ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ବି ଢ଼େଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବି ଗଣତିର ଟ୍ରେଣ୍ଡ ଅନୁଯାୟୀ ପଛରେ ପଡ଼ିଛନ୍ତି। ନିକଟରେ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ବି ବସ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବି ଗଣତିର ଟ୍ରେଣ୍ଡ ଅନୁଯାୟୀ ପଛରେ ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe