ଚାଷୀଙ୍କୁ ନେଇ ଆଜି ବିଧାନସଭା ଘେରିବ ବିଜେପି

ଚାଷୀଙ୍କୁ ନେଇ ଆଜି ବିଧାନସଭା ଘେରିବ ବିଜେପି

Outlook India

ଭୁବନେଶ୍ବର : ରାଜ୍ୟର ୮୦% ଲୋକ ଚାଷ ଉପରେ ନିର୍ଭର କରନ୍ତି। କିନ୍ତୁ ଦୀର୍ଘ ୨୩ବର୍ଷ ଶାସନରେ ରହିବା ପରେ ନବୀନ ବାବୁ ଚାଷୀଙ୍କ ଲାଗି କୌଣସି ବ୍ୟବସ୍ଥା ନକରିବା ଲଜ୍ଜାର କଥା। ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିବା ନେଇ ଡିଣ୍ଡିମ ପିଟୁଛନ୍ତି, ହେଲେ ତାହା ଗାଁରେ ପହଞ୍ଚିପାରୁନି। ଚାଷୀମାନେ ସେମାନଙ୍କ ହକ୍ ପାଇଁ ବିଧାନସଭା ସମ୍ମୁଖରେ ଚିତ୍କାର କରୁଥିଲେ ବି କୃଷି ମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ପଦ୍ମପୁରରେ ନିର୍ବାଚନ ପ୍ରଚାରରେ ମାତିଥିବାରୁ ଚାଷୀଙ୍କୁ ନ୍ୟାୟ ମିଳୁନି। ପଦ୍ମପୁର ନିର୍ବାଚନ ଜିତିବା ଲାଳଶାରେ ମୁଖ୍ୟମନ୍ତ୍ରୀ ୨୦୦କୋଟି ଟଙ୍କାର ଇନପୁଟ୍‌ ସବ୍‌ସିଡି ଘୋଷଣା କରିଥିବାବେଳେ ଏହା କିଏ ପାଇବ ଓ କେଉଁ ଆଧାରରେ ପାଇବ ତାହା ସାର୍ବଜନୀନ କରାଯାଉ ବୋଲି ବିଜେପି ନେତା ଶାରଦା ପ୍ରଧାନ ଦାବି କରିଛନ୍ତି।

କୃଷି ଓ କୃଷକଙ୍କ ସ୍ୱାର୍ଥ ପାଇଁ ବିଧାନସଭା ସମ୍ମୁଖରେ ଚାଲିଥିବା ବିଜେପିର ସତ୍ୟାଗ୍ରହକୁ ଆଜି ୧୪ଦିନ ପୂରିଥିବାବେଳେ ଏଥିରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦୀର୍ଘ ୧୪ଦିନ ଧରି ଚାଷୀମାନେ ବିଧାନସଭା ସମ୍ମୁଖରେ ନିଜ ହକ୍‌ ପାଇଁ ଚିତ୍କାର କରୁଥିଲେ ବି ରାଜ୍ୟ ସରକାର ନଶୁଣିବାରୁ ଆଜି ଜାତି, ବର୍ଣ୍ଣ ନିର୍ବିଶେଷରେ ୫୦ହଜାର କୃଷକ ବିଜେପି ନେତୃତ୍ୱରେ ମାଷ୍ଟର କ୍ୟାଣ୍ଟିନ ଛକରୁ ବିଧାନସଭା ଅଭିମୁଖେ ଗଣ ବିକ୍ଷୋଭ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe