ଭୁବନେଶ୍ୱର : ବନ୍ୟା ପ୍ରପୀଡ଼ିତଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ନିକଟରେ ରିଲିଫ ସାମଗ୍ରୀ ପହଞ୍ଚାଇବା ପାଇଁ ରାଜ୍ୟର ସମସ୍ତ ବିଜେପି କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ଏକ ପ୍ରେସ୍ ବିବୃତିରେ ସେ କହିଛନ୍ତି, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଲୋକଙ୍କ ଘରେ ପାଣି ପଶିଯିବା ସହ ଘଳିଆ ସୃଷ୍ଟି ହୋଇ ଅନେକ ଗାଁ, ଗଣ୍ଡା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ହଜାର ହଜାର ଲୋକ ଜଳବନ୍ଦୀ ହୋଇଯାଇଛନ୍ତି। ତେଣୁ ସେମାନଙ୍କୁ ଉଦ୍ଧାର କରିବା ସହ ଶୁଖିଲା ଖାଦ୍ୟ, ପାଣି, ଔଷଧ ଆଦି ଯୋଗାଇ ଦେବାକୁ ଶ୍ରୀ ମହାନ୍ତି ବିଜେପି କର୍ମୀମାନଙ୍କୁ ନିବେଦନ କରିଛନ୍ତି। ଏହାସହ ବନ୍ୟା ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଆଶ୍ରୟସ୍ଥଳ କିମ୍ବା ଉଚ୍ଚସ୍ଥାନରେ ଆଶ୍ରୟ ନେବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
ବନ୍ୟା ପ୍ରପୀଡ଼ିତଙ୍କୁ ରିଲିଫ୍ ବାଣ୍ଟିବ ବିଜେପି
Advertisment
Follow Us