ବିଜେପି ଛାଡ଼ିବେ ଗିରିଧର, ଶିଶିର; ଜୟରାମଙ୍କ ସହ ବିଆରଏସ୍‌ରେ ଯୋଗଦେବେ

ବିଜେପି ଛାଡ଼ିବେ ଗିରିଧର, ଶିଶିର; ଜୟରାମଙ୍କ ସହ ବିଆରଏସ୍‌ରେ ଯୋଗଦେବେ

କୋରାପୁଟ: ରାଜନୈତିକ ଭବିଷ୍ୟତକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଗିରିଧର ଗମାଙ୍ଗ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ପୁଅ ଶିଶିର ଗମାଙ୍ଗଙ୍କ ସହ ସେ ଖୁବ୍‌ଶୀଘ୍ର ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌)ରେ ଯୋଗଦେବାକୁ ଯାଉଛନ୍ତି। ଆସନ୍ତା ୨୭ତାରିଖରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ବିଆର୍‌ଏସ୍‌ରେ ଆନୁଷ୍ଠାନିକ ଭାବେ ସାମିଲ ହେବେ। ସେହିପରି ୪୦ବର୍ଷ ଧରି ଅଣକଂଗ୍ରେସ ଆଦିବାସୀ ନେତା ଭାବେ କୋରାପୁଟ ଜିଲ୍ଲାର ମଙ୍ଗ ଧରିଥିବା ଜୟରାମ ପାଙ୍ଗି ମଧ୍ୟ ସେହିଦିନ ବିଆର୍‌ଏସ୍‌ରେ ଯୋଗଦେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି।

ବିଆରଏସ୍‌ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ ପରେ ନୂଆ ରାଜନୈତିକ ସମୀକରଣର ଇସାରା ଦେଇଥିଲେ ଗିରିଧର, ଜୟରାମ ଏବଂ ଶିଶିର। ବିଜେପିରେ କୋଣଠେସା ହେବାପରେ ନୂଆ ରାଜନୈତିକ ସାଥୀ ସନ୍ଧାନରେ ରହିଥିଲେ। ୧୦ଦିନ ତଳେ ବିଆର୍‌ଏସ୍‌ ମୁଖ୍ୟଙ୍କୁ ଭେଟିବା ପରେ ରାଜନୈତିକ ଆକଳନ ଆରମ୍ଭ ହୋଇଥିଲା। କିନ୍ତୁ, ବିଆର୍‌ଏସ୍‌ରେ ସାମିଲ ହେବା ସଂପର୍କରେ ଦୁଇ ବରିଷ୍ଠ ନେତା ଜୟରାମ ଏବଂ ଗିରିଧର ମାପିଚୁପି ପ୍ରତିକ୍ରିୟା ଦେଇଥିଲେ। ଶେଷରେ ଆଜି ଜୟରାମ ପାଙ୍ଗି ଚର୍ଚ୍ଚାରେ ବିରାମ ଲଗାଇ ଗୋଟିଏ ଭିଡିଓ ଜାରି କରିଥିଲେ। ସେଥିରେ ସେ ଆସନ୍ତା ୨୭ତାରିଖରେ ବିଆର୍‌ଏସ୍‌ରେ ଯୋଗ ଦେଉଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe