ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କୁ ସଂରକ୍ଷଣ ପାଇଁ ବିକ୍ଷୋଭ କରିବ ବିଜେପି

Advertisment

୮ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାପାଳ ଓ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ହେବ

୮ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାପାଳ ଓ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ହେବ

ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କୁ ସଂରକ୍ଷଣ ପାଇଁ ବିକ୍ଷୋଭ କରିବ ବିଜେପି

Times of India

ଭୁବନେଶ୍ୱର : ରାଜ୍ୟ ସରକାର କ୍ରମାଗତଭାବେ ହୀନ ଷଡ଼ଯନ୍ତ୍ର କରି ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରୁଛନ୍ତି। ବିଜେଡି ବିଭିନ୍ନ ସମୟରେ ଆଳ ଦେଖାଇ ନିଜ ସାମ୍ବିଧାନିକ ଦାୟିତ୍ୱରୁ ଓହରି ଯିବା ସହ ପଛୁଆ ବର୍ଗଙ୍କୁ କେବଳ ମିଥ୍ୟା ପ୍ରତାରଣା ଦେଇ ଆସୁଛି। ରାଜ୍ୟର ସଂଖ୍ୟାଧିକ ବର୍ଗଙ୍କ ସ୍ୱାର୍ଥ କଥା ଆସିଲେ ରାଜ୍ୟ ସରକାର ପଛଘୁଞ୍ଚା ଦେବା ଅତ୍ୟନ୍ତ ଦାୟିତ୍ୱହୀନତାର ପରିଚୟ। ଉଚ୍ଚ ନ୍ୟାୟାଳୟର ଆଳ ଦେଖାଇ ରାଜ୍ୟ ସରକାର ପଛୁଆ ବର୍ଗଙ୍କୁ ଆଗାମୀ ନିର୍ବାଚନରେ ବଞ୍ଚିତ କରାଇବାକୁ ଷଡ଼ଯନ୍ତ୍ର କରିବା ଅତ୍ୟନ୍ତ ଦୁର୍ଭଗ୍ୟଜନକ ଏବଂ ପଛୁଆ ବର୍ଗ ବିରୋଧୀ। ତେଣୁ ରାଜ୍ୟରେ ଶାସକ ବିଜେଡିର ଓବିସି ବିରୋଧୀ ମନୋଭାବ ବିରୁଦ୍ଧରେ ବିଜେପି ଅାନ୍ଦୋଳନ କରିବ। ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାପାଳ ଏବଂ ବ୍ଲକ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବ ବୋଲି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ କହିଛନ୍ତି।

ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ବାଳ କହିଛନ୍ତି ଯେ, ସମାନ ପରିସ୍ଥିତିରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ କେନ୍ଦ୍ର ସରକାର ପଛୁଆ ବର୍ଗ ସଂରକ୍ଷଣ ପ୍ରସଙ୍ଗରେ ଉଚ୍ଚତମ ନ୍ୟାୟାଳୟରେ ଦ୍ୱାରସ୍ଥ ହୋଇଥିବାବେଳେ ଓଡିଶା ସରକାର ଚୁପ୍ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନ। ୫୪ ପ୍ରତିଶତରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଓଡିଶା ରାଜ୍ୟର ପଛୁଆ ବର୍ଗଙ୍କୁ ଆହୁରି ପଛକୁ ରାଜ୍ୟ ସରକାର ଠେଲି ଦେଉଛନ୍ତି। ପୂର୍ବ ୫ଟି ନିର୍ବାଚନରେ ୨୭% ସଂରକ୍ଷଣରେ ନିର୍ବାଚନ ହୋଇଥିବାବେଳେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପଛୁଆ ବର୍ଗଙ୍କ ପାଇଁ କାହିଁକି ସଂରକ୍ଷଣ ବ୍ୟବସ୍ଥା ହୋଇନାହିଁ? ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରଦାନର ଦାୟିତ୍ୱ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ହୋଇଥିବାବେଳେ ଅନ୍ୟ ଉପରେ ଦୋଷ ଲଦି ରାଜ୍ୟ ସରକାର କାହିଁକି ନିଜ ଦାୟିତ୍ବରୁ ଦୂରେଇ ଯାଉଛନ୍ତି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସୋନାଲି ସାହୁ, ଓବିସି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe