ବିଧାନସଭା ଅଧିବେଶନରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ପ୍ରସଙ୍ଗ କରିବ ବିଜେପି

Advertisment

ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି

ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି

ରାଜ୍ୟ ସରକାର ନିଜ ଅବହେଳାରୁ କେନ୍ଦ୍ରୀୟ ଅନୁଦାନ ହରାଇବା ପରିସ୍ଥିତି ସୃଷ୍ଟି କରୁଛନ୍ତି : ମୋହନ ମାଝୀ

Facebook

ଭୁବନେଶ୍ୱର : ଆଜିଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଗୁରୁବାର ସଂଧ୍ୟାରେ ବିଧାୟକ ଦଳ ବୈଠକ ବସିଛି। ଶାସକ ଦଳକୁ ଘେରିବା ପାଇଁ ବିଜେପି ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ବିଜୁଳି ଓ ମଣ୍ଡି ସମସ୍ୟା, ତ୍ରୁଟିପୂର୍ଣ୍ଣ ନିର୍ବାଚନ ପରିଚାଳନା ଭଳି ପ୍ରମୁଖ ପ୍ରସଙ୍ଗଗୁଡ଼ିକୁ ବିଧାନସଭାରେ ଉଠାଇବ ବୋଲି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି।

ବିଧାୟକ ଦଳ ବୈଠକ ପରେ ବି‌ରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଯେପରି ରାଜନୈତିକ ଅସହିଷ୍ଣୁତା ବଢ଼ି ଚାଲିଛି ତାହାକୁ ଏବେ ବିଜେଡି ଆପଣାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ୪ଜଣଙ୍କୁ ନୃଶଂସ ଭାବେ ହତ୍ୟା କରାଗଲା। ବିଜେଡିର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି କର୍ମୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ହେଁ ତାଙ୍କୁ ରାଜ୍ୟ ସରକାର ଖସାଇବାକୁ ଉଦ୍ୟମ କରିବା, ଫଟୋ ସାମ୍ବାଦିକ ମାନସ ସ୍ବାଇଁ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀକୁ ଫେରାର କରାଇ ଦେବା ଭଳି ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଉଛି।

ସେହିପରି ଘନ ଘନ ବିଜୁଳି କାଟ୍‌, ବକେୟା ବିଦ୍ୟୁତ୍ ବିଲ୍‌ ପ୍ରଦାନ ନକଲେ ବିଜୁଳି ସଂଯୋଗ କାଟିଦେବା, ବକେୟା ବିଜୁଳି ଶୁଳ୍କ ଆଦାୟ ନାଁ ରେ ଗରିବ ହିତାଧିକାରୀଙ୍କ ଉପରେ ଜୁଲମ କରିବା ଶାସକ ବିଜେଡିର ଜନବିରୋଧୀ ମାନସିକତାକୁ ପଦାରେ ପକାଇଛି। ଧାନ ମଣ୍ଡି ସମସ୍ୟା, ଟୋକନ ପ୍ରଦାନରେ ଅନିୟମିତତା ଆଦି ସମସ୍ୟାର ସମାଧାନ କରିବାରେ ସରକାର ସଂପୂର୍ଣ୍ଣ ବିଫଳ ହେବା କାରଣରୁ ସମଗ୍ର ଚାଷୀକୂଳ ଆଜି ହନ୍ତସନ୍ତ ହେଉଛନ୍ତି। ତେଣୁ ଏହି ସବୁ ପ୍ରସଙ୍ଗ ବିଧାନସଭାରେ ଉଠିବ।

ଗୁରୁବାର ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ଜୟନାରାୟଣ ମିଶ୍ର, ନାଉରୀ ନାୟକ, ମୁକେଶ ମହାଲିଙ୍ଗ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକାନ୍ତ ନାୟକ, ବୁଧାନ ମୁର୍ମୁ, ଗଣେଶ ରାମ ଖୁଣ୍ଟିଆ, ସନାତନ ବିଜୁଳି, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଓ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସଙ୍କ ସମେତ ସମସ୍ତ ବିଧାୟକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe