ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିଭିନ୍ନ ‌କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ମହିଳାଙ୍କୁ ‘ସୁଷମା ସ୍ବରାଜ ସମ୍ମାନ’

Advertisment
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିଭିନ୍ନ ‌କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ମହିଳାଙ୍କୁ ‘ସୁଷମା ସ୍ବରାଜ ସମ୍ମାନ’

ଜୟପୁର: ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ନୂଆସାହିସ୍ଥିତ ପାର୍ଟି କାର୍ଯ୍ୟାଳୟ ପରିସରରେ ସମାଜରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ୨୦ଜଣ ମହିଳା ମାନଙ୍କୁ ‘‘ସୁଷମା ସ୍ବାରଜ ସମ୍ମାନ’’ ଓ କ‌ରୋନା କାଳରେ ଜୀବନକୁ ବାଜି ଲଗାଇ କାମ କରିଥିବା ୧୦ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ବରିଷ୍ଠ ଆଇନଜୀବୀ ଆରତୀ ମହାନ୍ତି, ଶିକ୍ଷୟତ୍ରୀ ଅନୁସା ପଟ୍ଟନାୟକ, ମହିଳା ଦରଜୀ (ଟାଇଲର) ଶାନ୍ତିଲତା ବାରାଇ, ଅବସରପ୍ରାପ୍ତ ଅଧ୍ୟକ୍ଷା ସି.ସାବିତ୍ରୀ, ଅବସରପ୍ରାପ୍ତ ମହିଳା ସ୍ବାସ୍ଥ୍ୟ କର୍ମୀ ସୁଶିଳା ସାମନ୍ତରାୟ, ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସାଧବାଣି ପାଢ଼ୀ, ଯୋଗଗୁରୁ ଜାନକୀ ପାଣିଗ୍ରାହୀ, ବିଜୟଲକ୍ଷ୍ମୀ ବେହେରା, ସଂଧ୍ୟାରାଣୀ ବିଷୋଇ, ଚନ୍ଦ୍ରମା ଗୌଡ଼ ଆଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା ଉତ୍ସବକୁ ଜିଲ୍ଲା ମହିଳା ମୋ‌ର୍ଚ୍ଚା ପ୍ରଭାରୀ ମିଶ୍ର, ଭବାନୀ ରେଡ୍ଡୀ, ସୀମା କରଣ ଓ ସୁଷମା ଶୁକ୍ଳ ପରିଚାଳନା କରିଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe