କେନ୍ଦ୍ରାପଡ଼ା ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ବର୍ଷିଲା ବିଜେପି ମହିଳା ମୋର୍ଚ୍ଚା

Advertisment

ରାଜ୍ୟ ସରକାର ପଦକ୍ଷେପ ନନେଲେ ଜାତୀୟ ମହିଳା କମିସନଙ୍କ ଦ୍ବାରସ୍ଥ ହେବୁ

ରାଜ୍ୟ ସରକାର ପଦକ୍ଷେପ ନନେଲେ ଜାତୀୟ ମହିଳା କମିସନଙ୍କ ଦ୍ବାରସ୍ଥ ହେବୁ

ବିଜେପି ରଣନୀତି ନେଇ ଦ୍ବନ୍ଦ୍ବରେ କର୍ମୀ: ବିଜେଡିର ଆଶାୟୀଙ୍କ ସଂଖ୍ୟା ବଢ଼ିଚାଲିଛି

Deccan Herald

ଭୁବନେଶ୍ବର: କେନ୍ଦ୍ରାପଡ଼ା ଗରଦପୁର ବ୍ଲକ କୋରୁଆର ଏଲ୍‌.ଏନ୍‌ କଲେଜର ଜଣେ ନାବାଳିକା ଛାତ୍ରୀଙ୍କୁ ନିଶା ଦେଇ ଅପହରଣ କରିବା ପରେ ଗଣଦୁଷ୍କର୍ମ କରାଯାଇଛି। ଏହି ଘଟଣାରେ ରାଜ୍ୟ ସରକାର ଯଦି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନନେବେ ତେବେ ବିଜେପି ମହିଳା ମୋର୍ଚ୍ଚା ଜାତୀୟ ମହିଳା କମିସନଙ୍କ ଦ୍ବାରସ୍ଥ ହେବ ବୋଲି ମୋର୍ଚ୍ଚାର ସଭାନେତ୍ରୀ ଐଶ୍ବର୍ଯ୍ୟା ବିଶ୍ବାଳ କହିଛନ୍ତି। ଆଜି ରାଜ୍ୟ କାର୍ଯ୍ୟ‌ାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ବିଶ୍ବାଳ କହିଛନ୍ତି, ନାବାଳିକା ଛାତ୍ର ଗଣଦୁଷ୍କର୍ମ ମାମଲାରେ ବିଜେପିର ଏକ ପ୍ରତିନିଧି ଦଳ ଗତ ୩୦ତାରିଖରେ ଘଟଣାସ୍ଥଳକୁ ଯାଇ ସରଜିମନ୍ ତଦନ୍ତ କରିଛି। ଏଥିରୁ ଜଣାପଡ଼ିଛି ଯେ କଲେଜରେ ଆଣ୍ଟି ହାରାସ୍‌ମେଣ୍ଟ ସେଲ୍ ନାହିଁ। ୧୭ ତାରିଖରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଏନେଇ କଲେଜ କର୍ତ୍ତୃପକ୍ଷ କାହିଁକି କିଛି ପଦକ୍ଷେପ ନେଇନାହାନ୍ତି? ଏହି ଗଣଦୁଷ୍କର୍ମ ଘଟଣାରେ ପୁଲିସ ସୂର୍ଯ୍ୟକାନ୍ତ ସାହୁ ଓ ସହଯୋଗୀଙ୍କୁ ଗିରଫ କରିଛି। ଏହି ଘଟଣାରେ ଆହୁରି ଅନେକ ଲୋକଙ୍କ ସଂପୃକ୍ତି ଥିବାବେଳେ ସେମାନଙ୍କୁ କାହିଁକି ଗିରଫ କରାଯାଉନି? ଏହି ଗଣଦୁଷ୍କର୍ମର ମୁଖ୍ୟ ଆସାମୀ କୁହାଯାଉଥିବା ସୂର୍ଯ୍ୟକାନ୍ତ ସହ ବିଜେଡିର କ’ଣ ସମ୍ପର୍କ ଅଛି ତାହା ସେମାନେ ସ୍ପଷ୍ଟ କରିବା ଦରକାର ବୋଲି ଶ୍ରୀମତୀ ବିଶ୍ବାଳ କହିଛନ୍ତି।

ଏହାସହ ସେ କହିଛନ୍ତି ଯେ ଶାସକ ଦଳ ଯଦି ଶୋଷକ ଦଳ ହେବ ତେବେ ଓଡ଼ିଶାର ମହିଳା ନ୍ୟାୟ ପାଇଁ କାହାକୁ କହିବେ? ଏହି ନାବାଳିକା ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାରଙ୍କ ଦୁଇଜଣ ବରିଷ୍ଠ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର ଘନିଷ୍ଠ ସହଯୋଗୀମାନେ ସଂପୃକ୍ତ ଥିବା କୁହାଯାଉଛି। ବିଜେଡି ସରକାରର ମା’ କୁ ସମ୍ମାନର ନାରା କ’ଣ କେବଳ ସ୍ଲୋଗାନରେ ସୀମିତ ହୋଇଯାଇଛି କି ବୋଲି ଶ୍ରୀମତୀ ବିଶ୍ୱାଳ ପ୍ରଶ୍ନ କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ‌େମାର୍ଚ୍ଚାର ଉପସଭାନେତ୍ରୀ ରଞ୍ଜିତା ସେଠୀ, ରଶ୍ମୀ ପଟ୍ଟନାୟକ, ସାଧାରଣ ସମ୍ପାଦିକା ବବିତା ପାତ୍ର, ସମ୍ପାଦିକା କାନନବାଳା ଦାସ, ଆଇଟି ସଂଯୋଜିକା ରାଜଲକ୍ଷ୍ମୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe