ସୋରଡ଼ା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହିଂସା : ବିଜେପି ସମର୍ଥିତ ଯୁବକକୁ ଠେଙ୍ଗାରେ ପିଟି ପିଟି ହତ୍ୟା

Advertisment
ସୋରଡ଼ା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହିଂସା : ବିଜେପି ସମର୍ଥିତ ଯୁବକକୁ ଠେଙ୍ଗାରେ ପିଟି ପିଟି ହତ୍ୟା

photo by : India Today

ଭଞ୍ଜନଗର : ରାତି ପାହିଲେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ପାଇଁ ଜୋରଦାର୍‌ ପ୍ରସ୍ତୁତି ଚାଲିଥିବା ବେଳେ ବୁଧବାର ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଠିପଡ଼ା ପଞ୍ଚାୟତର କଦଳୀଝୋଳା ଗ୍ରାମରେ ଦେଖାଦେଇଛି ରାଜନୈତିକ ହିଂସା। ଏଥିରେ ସେହି ଗ୍ରାମର ବିଜେପି ସମର୍ଥିତ ଯୁବକ ସନ୍ତୋଷ ପତି (୩୨)ଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେବା ସହ ଉତ୍ତ୍ୟେକ୍ତ ଗ୍ରାମବାସୀମାନଙ୍କ ପକ୍ଷରୁ ଲାଠିପଡ଼ା ଗ୍ରାମରେ ରାସ୍ତାରୋକ ହୋଇଥିବା ମଧ୍ୟ ଜଣାପଡିଛି।

ଆଜି ଅପରାହ୍ନରେ ପୋଷ୍ଟର ଚିରାକୁ ନେଇ ହୋଇଥିବା ଗଣ୍ଡଗୋଳରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ଭଞ୍ଜନଗର ମେଡିକାଲକୁ ପଠାଇବା ସହ ଘଟଣା ପ୍ରତି ତୀକ୍ଷ୍‌ଣ ନଜର ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe