କଟକ : ଗତ ପଞ୍ଚାୟତ ନିର୍ବାଚନ ସମୟରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତରଭା ମଝି ସାହିରେ ଘଟିଥିବା ବିଜେପି କର୍ମୀ ସଲମନ ରାଉତ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ସମରେନ୍ଦ୍ର ବିଶ୍ୱାଳ ଓରଫ ଅଖିଙ୍କ ଜାମିନ ଆବେଦନ ହାଇକୋର୍ଟ ଖାରଜ କରିଛନ୍ତି। ମାମଲା ବିଚାରାଧୀନ ଥିବା ବେଳେ ସାକ୍ଷ୍ୟ ପ୍ରମାଣ ପ୍ରଭାବିତ ହେବାର ସମ୍ଭାବନା ଦୃଷ୍ଟିରୁ ସମରେନ୍ଦ୍ରଙ୍କ ଜାମିନ ଖାରଜ ହୋଇଥିବା ଜଣାପଡିଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ୧୪ ତାରିଖରେ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ଏଜିଏ ଦିଲ୍ଲୀପ କୁମାର ମିଶ୍ର ଓ ଏତଲାକାରୀଙ୍କ ତରଫରୁ ଆଇନଜୀବୀ ଏସ୍.କେ.ନାୟକ ମାମଲା ପରିଚାଳନା କରୁଥିଲେ।
ଢେଙ୍କନାଳରେ ବିଜେପି କର୍ମୀଙ୍କୁ ହତ୍ୟା ମାମଲା: ଅଭିଯୁକ୍ତର ଜାମିନ ଖାରଜ
Advertisment
Follow Us