କରୋନା ଲଢ଼େଇରେ ବ୍ୟସ୍ତ ବିଜେପି କାର୍ଯ୍ୟକର୍ତ୍ତା, ମାସ୍କ ପ୍ରସ୍ତୁତ କରି ଅସହାୟଙ୍କୁ ବାଣ୍ଟୁଛନ୍ତି

Advertisment
କରୋନା ଲଢ଼େଇରେ ବ୍ୟସ୍ତ ବିଜେପି କାର୍ଯ୍ୟକର୍ତ୍ତା, ମାସ୍କ ପ୍ରସ୍ତୁତ କରି ଅସହାୟଙ୍କୁ ବାଣ୍ଟୁଛନ୍ତି

ବାରିପଦା : କରୋନାକୁ ସଫଳ ମୁକାବିଲା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇଛନ୍ତି ବିଜେପି କର୍ମକର୍ତ୍ତା। କରୋନାରୁ ରକ୍ଷା ପାଇବା ନିମନ୍ତେ ମାସ୍କର ବ୍ୟବହାର କରିବା ସହିତ ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନ କ୍ରମେ ମୟୂରଭଞ୍ଜ(ପୂର୍ବ) ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାନେତ୍ରୀ ପାୟଲ ରାୟଙ୍କ ନେତୃତ୍ୱରେ ଏବଂ ମାନସୀ ତ୍ରିପାଠୀ, ସସ୍ମୀତା ପୃଷ୍ଟି, ସୁମୀ ଦାସ, ଲିଳୀମା ସାହୁ, ମହମ୍ମଦ ଇସଲାମ, ସାମସୁଦ୍ଦିନ ପ୍ରମୁଖଙ୍କ ସହାୟତାରେ ବିଜେପି ପକ୍ଷରୁ ମାସ୍କ ତିଆରି କାର୍ଯ୍ୟକ୍ରମ ଏପ୍ରିଲ ୮ରୁ ଆରମ୍ଭ ହୋଇଥିବା ବେଳେ ପୂର୍ବତନ ମୟୂରଭଞ୍ଜ(ପୂର୍ବ) ଜିଲ୍ଲା ସଭାପତି ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର, ମୟୂରଭଞ୍ଜ(ପୂର୍ବ) ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ଲୋକସଭା ସାଂସଦ ଇଂ ବିଶ୍ୱେଶର ଟୁଡ଼ୁ, ବାରିପଦା ବିଧାୟକ ପ୍ରକାଶ ସୋରେନ, ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁ, ଶୋଭାବତୀ ଓତା, ସୁମନ ସିଂ, ଇନ୍ଦୁଭୂଷଣ ଜେନା , ଜ୍ଞାନରଞ୍ଜନ ଜେନା ଓ ସମୀର ଦେ ପ୍ରମୁଖ ସହଯୋଗର ହାତ ବଢ଼ାଇ ଆଗେଇ ଆସିଛନ୍ତି । ପ୍ରସ୍ତୁତ ହେଉଥିବା ମାସ୍କଗୁଡ଼ିକୁ ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଗରୀବ , ଅସହାୟ ବ୍ୟକ୍ତିମାନଙ୍କୁ ବଣ୍ଟନ କରାଯାଉଛି ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe